ଓଡିଶା

odisha

ETV Bharat / videos

40 କୋଟିର ଫେକ ଇନଭଏସ ଠକେଇ, 2 କୋଟିପତି ବ୍ୟବସାୟୀ ଗିରଫ

By

Published : Jan 13, 2021, 10:12 PM IST

ଭୁବନେଶ୍ବର: ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ। କଟକରୁ ୨ ବ୍ଯବସାୟୀକୁ ଗିରଫ କଲା ଡିଜିଜିଆଇ । 40 କୋଟି ଟଙ୍କାର ଫେକ ଇନଭଏସ ଜରିଆରେ ବେଆଇନ ଭାବେ 6.89କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ହୋଇଛି । ଏଥିପାଇଁ କଟକର କୋଟିପତି ବ୍ୟବସାୟୀ ଶ୍ଯାମବିହାରି ଗୁପ୍ତା,ଅଭିଶେକ ଗୁପ୍ତାଙ୍କୁ ଗିରଫ କରିଛି ଜିଏସଟି ଇଣ୍ଟେଲିଜେନ୍ସ ଭୁବନେଶ୍ବର ଜୋନାଲ ୟୁନିଟ। ତେବେ ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ଗିରଫ ବ୍ୟବସାୟୀଙ୍କୁ ରିମାଣ୍ଡରେ ନିଆଯାଇପାରେ । ଏଥିସହ ଏହି ଲିଙ୍କରେ ସମ୍ପୃକ୍ତ ଦୁଇ ବ୍ୟବସାୟୀଙ୍କ ବିଭିନ୍ନ ଫାର୍ମ ହାଉସରେ ସର୍ଚ୍ଚ ଅପରେସନ ଚାଲିଛି। ତେବେ ପୂର୍ବରୁ ମଧ୍ୟ ଗତ ଡିସେମ୍ବର ୧୭ ତାରିଖରେ ରାଉଲକେଲାରୁ ୪୦ କୋଟି ଟଙ୍କାର ଫେକ ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଅଭିଯୋଗରେ ରାଉଲକେଲାରୁ ସନ୍ତୋଷ କୁମାର ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ ଭୁବନେଶ୍ବର ଜୋନାଲ ୟୁନିଟ ଟିମ।

ABOUT THE AUTHOR

...view details