ଓଡିଶା

odisha

ETV Bharat / videos

ରାଜରାସ୍ତାରେ ଗଜରାଜ, ଦେଖିବାକୁ ଲୋକଙ୍କ ଭିଡ

By

Published : Sep 19, 2021, 2:30 PM IST

କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ଭବାନୀପାଟଣା ମଦନପୁର ରାମପୁର ରାଜ୍ୟ ରାଜପଥ 6A ବଫଳା ଗାଁ ନିକଟରେ ୬ ଜଣିଆ ହାତୀପଲ ରାସ୍ତା ପାରି ହେଉଥିବାର ଦୃଶ୍ୟ ଭାଇରାଲ ହେଉଛି । ଏଥିସହ ଗାଁ ନିକଟରେ ଥିବା ପୋଖରୀରେ ଦୀର୍ଘ ସମୟ ଧରି ଜଳକ୍ରୀଡା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଗଜରାଜଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଲୋକେ ରୁଣ୍ଡ ହୋଇ ଯାଇଥିଲେ । ପ୍ରାୟ ୨ ଘଣ୍ଟା ପରେ ନିକଟରେ ଥିବା କେରବାଣ୍ଡି ଜଙ୍ଗଲକୁ ହାତୀ ପଲ ଫେରି ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details