ଓଡିଶା

odisha

ETV Bharat / videos

ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ - ଝାରସୁଗୁଡ଼ାରୁ ମୁମ୍ବାଇ

By

Published : Jan 12, 2021, 8:06 PM IST

ଝାରସୁଗୁଡା: ଆଜିଠୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିଲା ବିମାନ । ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିଛି ।ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସିର ଲହରୀ ଖେଳି ଯାଇଛି । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ବିମାନ ମଙ୍ଗଳବାର ମୁମ୍ବାଇରୁ ଉଡାଣ ଭରି ଦିନ ସାଢେ ୧୨ଟାରେ ଝାରସୁଗୁଡାରେ ପହଞ୍ଚିଛି । ୧୮୯ ସିଟ୍ ବିଶିଷ୍ଟ ସ୍ପାଇସ୍ ଜେଟର ୭୩୭ ବୋଇଂ ବିମାନ ୭୩ ଜଣ ଯାତ୍ରୀ ଝାରସୁଗୁଡାରେ ପହଞ୍ଚିବା ପରେ ବିମାନବନ୍ଦର ଠାରେ ଯାତ୍ରୀମାନଙ୍କୁ ସ୍ବାଗତ କରାଯାଇଥିଲା । ଝାରସୁଗୁଡରୁ ବେଙ୍ଗାଲୁରୁକୁ ୧୬୨ ଜଣ ଯାତ୍ରୀଙ୍କୁ ନେଇ ପ୍ରଥମ ଉଡାଣ ଭରିଛି । ସେହିପରି ସନ୍ଧ୍ୟା ୫ଟା ୪୦ମିନିଟରେ ବେଙ୍ଗାଲୁରୁରୁ ୧୦୭ ଜଣ ଯାତ୍ରୀଙ୍କ ଆଣି ଝାରସୁଗୁଡାରେ ପହଞ୍ଚିବା ପରେ ମୁମ୍ବାଇକୁ ୯୪ ଯାତ୍ରୀ ନେଇ ପ୍ରଥମ ଉଡାଣ କରିଛି । ଏହି ଦୁଇଟି ବଡ଼ ସହରକୁ ବିମାନ ସେବା ସ୍ପାଇସ ଜେଟ କମ୍ପାନୀ ଯୋଗାଇବ ।

ABOUT THE AUTHOR

...view details