ଓଡିଶା

odisha

By

Published : Nov 8, 2019, 12:28 PM IST

ETV Bharat / videos

‘ବୁଲବୁଲ’ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ଅଗ୍ନିଶମ ବିଭାଗ

କଟକ: ଅତି ଭୟାନକ ରୂପ ନେଇ ସ୍ଥଲଭାଗ ଆଡକୁ ମାଡିଆସୁଛି ସାମୁଦ୍ରିକ ଝଡ ‘ବୁଲବୁଲ’ । ଏହି ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ରାଜ୍ୟ ଅଗ୍ନିଶମ ବିଭାଗ । ପୂର୍ବରୁ ‘ଫାଇଲିନ’,‘ହୁଡହୁଡ’, ‘ତିତିଲି’ ଏବଂ ‘ଫନି’ ଭଳି ଅନେକ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିସାରିଛି ଅଗ୍ନିଶମ ବିଭାଗ । ‘ବୁଲବୁଲ’ ର ପ୍ରଭାବ ଓଡିଶାରେ ନଥିବାବେଳେ ଅତ୍ୟଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ବାତ୍ୟାର ମୁକାବିଲା କରିବା ପାଇଁ ଉପକୂଳବର୍ତ୍ତୀ 6ଟି ଜିଲ୍ଲାରେ 3ଟି ଲେଖାଁଏ ସ୍ବତନ୍ତ୍ର ଟିମ ଗଠନ କରିଛି ଅଗ୍ନିଶମ ବିଭାଗ । କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details