ଓଡିଶା

odisha

ETV Bharat / videos

ଅନୁଗୋଳରେ କମିଛି ବୃଷ୍ଟିପାତ ହାର, ମରୁଡି ଆଶଙ୍କାରେ ଚାଷୀ - rainfall decrease

By

Published : Jul 31, 2020, 1:32 PM IST

ଅନୁଗୋଳ: ଜିଲ୍ଲାରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଆଶଙ୍କା କରୁଛନ୍ତି ଚାଷୀ। ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି ବର୍ଷା ନାହିଁ। ଧାନ ତଳି ପୋଡି ଗଲାଣି। ଜମି ଫାଟି ଆଁ କଲାଣି। ତେଣୁ ଚଳିତ ବର୍ଷ ଖରିଫ ଧାନ ଫସଲ ହୋଇ ପାରିବକି ନାହିଁ ସେହି ଚିନ୍ତାରେ ପଡିଛନ୍ତି ଚାଷୀ। ଚଳିତ ବର୍ଷ ଅନୁଗୋଳ ଜିଲ୍ଲାରେ ଆବଶ୍ୟକ ମୁତାବକ ବର୍ଷା ହୋଇନାହିଁ । ଜୁଲାଇ ମାସ ଶେଷ ସପ୍ତାହ ବେଳକୁ ହାରାହାରି ବୃଷ୍ଟିପାତ ୩୪୭ ମିଲିମିଟର ହେବା ଆବଶ୍ୟକ। କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୨୩୧ ମିଲିମିଟର ବର୍ଷା ହୋଇଛି। ତାହା ପୁଣି କିଛି କିଛି ଦିନ ବ୍ୟବଧାନରେ ହୋଇ ଥିବାରୁ ଜମିରେ ପାଣି ନାହିଁ। ତେଣୁ ଧାନ ଚାଷ ଉପରେ ଏହାର ଘୋର ପ୍ରଭାବ ପଡିଛି। ଧାନ ତଳି ସବୁ ପାଚି ହଳଦିଆ ରଙ୍ଗ ପଡ଼ିଗଲାଣି। ଯେଉଁ ଜମିରେ ଧାନ ରୁଆ ଯିବା କଥା ସେହି ଜମି ସବୁ ଫାଟି ଆଁ କଲାଣି। କିଛି ଚାଷୀ ଧାନ ରୁଆ ସାରିଥିଲେ ମଧ୍ୟ ସେ ଜମିରେ ବି ଧାନ ଗଛ ପୋଡି ଯାଇଛି। ଆସନ୍ତା ସପ୍ତାହ ମଧ୍ୟରେ ବର୍ଷା ନହେଲେ ଆଉ ଆଦୌ ଧାନ ଫସଲ ହୋଇ ପାରିବ ନାହିଁ। ଜିଲ୍ଲାର ଅନୁଗୋଳ, ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପରିସ୍ଥିତି ଅତି ଜଟିଳ ହୋଇ ପଡିଛି। ଅନ୍ୟ ବ୍ଲକ ଗୁଡିକରେ ଏବେ ମାଟି ସାମାନ୍ୟ ଓଦା ରହିଥିବାରୁ ଆଉ କିଛିଦିନ ଗଛ ବଞ୍ଚି ଯିବାର ଆଶା ରହିଛି। ତେବେ ଏହି ସମୟରେ ରୁଆ ରୁଇ ଶେଷ ହେବା କଥା। ଧାନ ବିଲରେ ଅଣ୍ଠୁଏ ପାଣି ରହିବା କଥା। କିନ୍ତୁ ଜମି ଗୁଡିକ ପଡିଆ ପଡିଛି। ଗାଈ ଗୋରୁ ଚରୁଛନ୍ତି।

ABOUT THE AUTHOR

...view details