ବାତ୍ୟା ୟସ: କେନ୍ଦ୍ରାପଡାରେ ମତ୍ସ୍ୟଜୀବୀଙ୍କ ସ୍ଥିତି ପରଖିଲା ଇଟିଭି ଭାରତ - kendrapara yaas
କେନ୍ଦ୍ରାପଡା: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ବାତ୍ୟାର ରୂପ ନେଇସାରିଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ବ୍ଲକ ଖରିନାସି,ଜମ୍ବୁ, ସୁନୀତି, ରାମନଗର, ବତୀଘର ଆଦି ପଞ୍ଚାୟତରେ ୫ ହଜାରରୁ ଉର୍ଦ୍ଧ୍ବ ମତ୍ସ୍ୟଜୀବୀ ବସବାସ କରୁଥିବା ବେଳେ ବାତ୍ୟା ସୂଚନା ପାଇ ଆଶଙ୍କା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ କୂଳକୁ ଫେରିଥିବା ନେଇ ମହାକାଳପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ସୂଚନା ଦେଇଥିବା ବେଳେ ଗତ ବାତ୍ୟା ଗୁଡିକ ପରେ ମତ୍ସ୍ୟଜୀବୀ ପରିବାରକୁ କୌଣସି ସହାୟତା ମିଳିନଥିବା କହିଛନ୍ତି ସ୍ଥାନୀୟ ନେତା । ସେହିପରି ୧ହଜାରରୁ ଉର୍ଦ୍ଧ୍ବ ଡଙ୍ଗା ଗୁଡିକୁ ନିରାପଦ ସ୍ଥାନରେ ରଖାଯାଇଛି । ତେବେ ସେଠାରେ କଣ ରହିଛି ବର୍ତ୍ତମାନ ପରିସ୍ଥିତି ଓ ମତ୍ସ୍ୟଜୀବୀ ପରିବାର କିପରି ରହିଛନ୍ତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ।