ଓଡିଶା

odisha

By

Published : Dec 3, 2021, 3:25 PM IST

ETV Bharat / videos

Cyclone Jawad: ଆଲର୍ଟ ଜିଲ୍ଲାକୁ ଗଲେ NDRF ଟିମ

କଟକ: ଆସୁଛି ବାତ୍ୟା ଜୱାଦ । ପ୍ରଭାବିତ ଅଞ୍ଚଳରେ NDRF ପକ୍ଷରୁ ଟିମ ମଧ୍ୟ କ୍ଷତିଗ୍ରସ୍ତ ହେବାକୁ ଥିବା ଜିଲ୍ଲାକୁ ପଠାଯାଉଛି । 9 ଟି ଜିଲ୍ଲାକୁ ମୋଟ 17 ଟି ପଠାଯାଇଛି । ବାତ୍ୟା ଜଓ୍ବାଦ ପାଇଁ ବଢୁଛି ଚିନ୍ତା । ଏନଡିଆରଏଫ୍ ଅଗ୍ନିଶମ ବିଭାଗ ଟିମ ଜିଲ୍ଲାରେ ମୁତୟନ ହେବା ପରେ ଓଡ୍ରାଫ 17ଟି ଟିମ ମଧ୍ୟରୁ 11ଟି ଟିମକୁ ବିଭିନ୍ନ ଜିଲ୍ଳାରେ ମୁତୟନ କରାଯାଇ ସାରିଛି । ସେଥିମଧ୍ୟରେ ପୁରୀ ଜିଲ୍ଲାରେ 4ଟି , ଗଞ୍ଜାମ ଜିଲ୍ଲାରେ 3 ଟି, ଗଜପତି 2, ଭଦ୍ରକ ,ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ଗୋଟିଏ ଲେଖାଏଁ ଟିମ ପଠାଯାଇଛି । ଏହା ବ୍ୟତିତ 15 ଟିମକୁ କଟକ ଓଏମପି ଠାରେ ଥିବା ଷଷ୍ଠ ବଟାଲିୟନରେ ରିଜର୍ଭରେ ରଖାଯାଇଛି । ବାତ୍ୟାର ଗତିପଥ ଓ ଅଧିକ ପ୍ରଭାବିତ ହେବାକୁ ଥିବା ଜିଲ୍ଲା କିମ୍ବା ଅତରିକ୍ତ ଫୋର୍ସ ଆବଶ୍ୟକ ହେଉଥିବା ଜିଲ୍ଲା ତଥା ବ୍ଲକ ଗୁଡ଼ିକୁ ରିଜର୍ଭରେ ଥିବା ଏହି ଟିମଗୁଡ଼ିକୁ ପଠାଯିବ । ତେବେ ବାତ୍ୟା ମୁକାବିଲା ପାଇଁ କିପରି ରହିଛି ବ୍ଲୁ ପ୍ରିଣ୍ଟ ସିଧାସଳଖ କଟକ ମୁଣ୍ଡୁଳି NDRF କମାଣ୍ଡାଣ୍ଟ ବର୍ଦ୍ଧମାନ ମିଶ୍ରଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରଭୁ କଲ୍ୟାଣ ପାଲ, ଦଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର ...

ABOUT THE AUTHOR

...view details