ରଥଯାତ୍ରା ବନ୍ଦ ପାଇଁ କିଏ ରଚିଥିଲା ଷଡଯନ୍ତ୍ର ? ଏବେ ଶ୍ରେୟ ନେବାକୁ ଟଣାଓଟରା
ଭୁବନେଶ୍ବର: କିଏ କରିଥିଲା ଷଡଯନ୍ତ୍ର ? ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନକରିବା ପାଇଁ କିଏ ରଚିଥିଲା ହୀନ ଯୋଜନା ? କୋଟି କୋଟି ଭକ୍ତଙ୍କ ଭାବାବେଗ ସହିତ ଖେଳିବାକୁ କାହିଁକି ହୋଇଥିଲା ଉଦ୍ୟମ । ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବା ପରେ ଏବେ ଉଠିଛି ଝଡ଼ । ବୁଧବାର ରାଜ୍ୟ ବିଜେପି ତରଫରୁ ଏକ ଟ୍ୱିଟ କରାଯାଇଥିଲା । ଯେଉଁଥିରେ ଦ୍ୱନ୍ଦ୍ବ ସୃଷ୍ଟି କରୁଥିବା ତତ୍ତ୍ୱ ମାନଙ୍କ ଚକ୍ରାନ୍ତ ପଣ୍ଡ ହେଲା । କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ସୁପ୍ରିମକୋର୍ଟ ପ୍ରଭାବିତ ହେଲେ ବୋଲି ଲେଖାଯାଇଛି । ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦ୍ୟମକୁ ଦଳ ପ୍ରଶଂସା କରିଛି ।