କୋରୋନା ପାଇଁ ସ୍ବାସ୍ଥ୍ୟ ସେବା ଶିବିର, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ
ଭଦ୍ରକ: କୋରୋନାକୁ ନେଇ ସାରା ଭାରତ ଚିନ୍ତାରେ । ଏହା ଏବେ ସାମାଜିକ ସଂକ୍ରମଣ ଆଡକୁ ଯାଇପାରେ ବୋଲି କହିଛନ୍ତି ସୁବ୍ରତ ବାକଚୀ। ତେଣୁ ସବୁ ଆଡେ ବିଶେଷ ସତର୍କତା ଅବଲମ୍ବନ କରାଯାଇଛି। ଭଦ୍ରକ ଜିଲ୍ଲା ଖପରପଦା ପଞ୍ଚାୟତ ଠାରେ ପଞ୍ଚାୟତ ସମିତି ପକ୍ଷରୁ ଏକ କୋରୋନା ସ୍ବାସ୍ଥ୍ୟ ସେବା ଶିବିର କରାଯାଇଛି। ଯେଉଁମାନେ ଏଥିରେ ସଂକ୍ରମିତ ହେବେ ସେମାନଙ୍କୁ ସେଠାରେ କ୍ବାରେଣ୍ଟାଇନ୍ରେ ରଖାଯିବାର ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିସହ ରାଜ୍ୟ ବାହାରୁ ଆସିଥିବା ପାଖାପାଖି 80 ଜଣ ପଞ୍ଚାୟତବାସୀଙ୍କୁ 14 ଦିନ ପର୍ଯ୍ୟନ୍ତ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି କହିଥିଲେ ଖପରପଦା ସରପଞ୍ଚ। ଏହି କୋରୋନା ସ୍ବାସ୍ଥ୍ୟ ସେବା ଶିବିର ସହ ଖପରପଦା ପଞ୍ଚାୟତର ସବିଶେଷ ତଥ୍ୟ ଜାଣିବା ପାଇଁ ଆମେ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖି ଥିଲୁ।