ଭିନ୍ନକ୍ଷମ ସଂଘର କୋରୋନା ସଚେତନତାର ବାର୍ତ୍ତା - kalahandi news
କଳାହାଣ୍ଡି: କୋଭିଡ ୧୯ ଭଳି ମହାମାରୀକୁ ପ୍ରତିହତ କରିବା ପାଇଁ ଲକଡାଉନ ଘୋଷଣା ପରେ କଳାହାଣ୍ଡି ଜିଲ୍ଲାର ଅନେକ ଗରିବ ଅସହାୟ ତଥା ଭିନ୍ନକ୍ଷମ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲା ଭିନ୍ନକ୍ଷମ ସଂଘ ପକ୍ଷରୁ ସିଂଝରଣ ଗାଁ ରେ ଗରିବ ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ଚାଉଳ ,ଡାଲି, ସାବୁନ, ଓ ମାସ୍କ ବଣ୍ଟନ କରାଯାଇଥିଲା। ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗରିବ ଖଟିଖିଆ ଓ ଭିନ୍ନକ୍ଷମ ପାଇଁ ସଂଘ ର ଏପରି ସାହାଯ୍ୟ ଓ ସହଯୋଗ ସତରେ ମାନବିକତାର ଏକ ସ୍ବତନ୍ତ୍ର ନିଦର୍ଶନ। କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ