‘ସରକାରଙ୍କ ଭୁଲ ଯୋଗୁଁ ଆନ୍ଧ୍ର ଏଭଳି ସାହସ କଲା’ - କୋରାପୁଟ କୋଟିଆ ପ୍ରସଙ୍ଗ
ଭୁବନେଶ୍ବର:କୋଟିଆ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ସରକାରଙ୍କ ଭୁଲ ଯୋଗୁଁ ଆନ୍ଧ୍ରପ୍ରଦେଶ ଏଭଳି ସାହସ କଲା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିରୋଧି ଦଳ ନେତା ଏକ ହୋଇ ଘଟଣାସ୍ଥଳକୁ ଅନୁଧ୍ୟାନ କରିବା ସହ ପଡ଼ୋଶୀ ରାଜ୍ୟକୁ ଇଞ୍ଚିଏ ମଧ୍ୟ ଜମି ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ