ଓଡିଶା

odisha

ETV Bharat / videos

ଆର୍ଥିକ କଟକଣାକୁ ବିରୋଧ: ଜୋତା ପଲିସ କଲେ କଂଗ୍ରେସ କର୍ମୀ

By

Published : Jul 8, 2020, 3:17 PM IST

ଭୁବନେଶ୍ବର: ରାଜ୍ୟ ସରକାର କୋରୋନା ସ୍ଥିତି ନେଇ ଜାରି କରିଥିବା ଆର୍ଥିକ କଟକଣାକୁ ବିରୋଧ କରିଛି କଂଗ୍ରେସ । ପ୍ରତିବାଦ ସ୍ବରୂପ କଂଗ୍ରେସ ଭବନ ପରିସରରେ ଜୋତା ପଲିସ କରିଛନ୍ତି କର୍ମୀ। ନିଯୁକ୍ତି ବନ୍ଦ କରିବା କଟକଣାକୁ ସେମାନେ ବିରୋଧ କରିଛନ୍ତି । ଏବେ ବେକାରୀ ବଢିବା ସହ ଏମିତି ବି ପେଟ ପାଟଣା ପାଇଁ ବାହାରୁ ଅନେକ ଯୁବକ ଗାଁକୁ ଫେରିଛନ୍ତି । ଏବେ ଶିକ୍ଷିତ ବେକାରୀଙ୍କ ସଂଖ୍ୟା ବଢିଯିବ। ସ୍ଥିତି ଅଧିକ ବିଗିଡିବ । ତେଣୁ ସରକାର ବିକଳ୍ପ ବାହାର କରନ୍ତୁ ବୋଲି ଯୁବ କଂଗ୍ରେସ ଦାବି କରିଛି । ନଚେତ ଆଗାମୀ ଦିନରେ ସ୍ଥିତି ଭୟାନକ ହେବ । ଯେଉଁଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି । ତେବେ ଏହି ପ୍ରତିବାଦରେ ଏଥିରେ ସାମିଲ ଥିଲେ ବିଧାୟକ ସୁର ରାଉତରାୟ ।

ABOUT THE AUTHOR

...view details