ରନ୍ଧନଗ୍ୟାସ ବିତରଣକାରୀ ସଂସ୍ଥାର ମନମାନୀ, ଭୋକଉପାସରେ ବାତ୍ୟା ବିପନ୍ନ - LPG distribution agencies in Kendrapara
କେନ୍ଦ୍ରାପଡା: ରନ୍ଧନଗ୍ୟାସ ବିତରଣକାରୀ ସଂସ୍ଥାର ମନମାନୀ ଯୋଗୁଁ ହନ୍ତସନ୍ତ ଉପଭୋକ୍ତା। ବାତ୍ୟା ୟସ ପ୍ରଭାବରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବାବେଳେ ଚାଉଳ ଥାଇ ମଧ୍ୟ ରୋଷେଇ କରିପାରୁନାହାଁନ୍ତି । ଦୀର୍ଘ ୧୫ଦିନ ଧରି ଗ୍ୟାସ ନେବା ପାଇଁ ବୁକିଂ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ଗ୍ୟାସ କନେକ୍ସନ ମିଳିନଥିବା ଅଭିଯୋଗ କରିଛନ୍ତି ବାତ୍ୟା ବିପନ୍ନ । ଏପରିକି ଗତ କିଛି ଦିନ ହେବ ଦୋକାନ ବନ୍ଦ କରି ରହିଛି ବିତରଣକାରୀ ସଂସ୍ଥା। ଗୋଟିଏ ପଟେ କେନ୍ଦ୍ର ସରକାର ପ୍ରତ୍ୟେକ ପରିବାର ଉଜ୍ଜ୍ବଳା ପରିବାର ଉପଭୋକ୍ତା କହୁଥିବାବେଳେ ଏପଟେ ରାଜନଗର ତାଳଚୁଆ ଅଞ୍ଚଳରେ ଥିବା ଇଣ୍ଡିଆନ ଗ୍ୟାସ ବିତରଣକାରୀ ସଂସ୍ଥା ପାଇଁ ସଭିଏଁ ବଦନାମ। ଉପାନ୍ତ ଅଞ୍ଚଳ ହୋଇଥିବା କାରଣରୁ ଏଠାରେ ନା ପଡୁଛି ଯୋଗାଣ ବିଭାଗର ନଜର ନା ପ୍ରଶାସନିକ ଅଧିକାରୀ ଏଭଳି ସମୟରେ ହେଉଛନ୍ତି ତତ୍ପର । କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ