ଓଡିଶା

odisha

ETV Bharat / videos

କଳାହାଣ୍ଡିରେ ପ୍ରକଳ୍ପ ବର୍ଷା; ଲୋକାର୍ପିତ ହେଲା ଅପର ଇନ୍ଦ୍ରାବତୀ ବହୁମୁଖୀ ଜଳ ସେଚନ ପ୍ରକଳ୍ପ

By

Published : Jan 14, 2021, 5:06 PM IST

ଭବାନୀପାଟଣା/ଭୁବନେଶ୍ବର: କଳାହାଣ୍ଡିରେ ବର୍ଷିଲା ବିକାଶର ବର୍ଷା । ଜିଲ୍ଲାର ବିକାଶ ପାଇଁ ପ୍ରକଳ୍ପର ବୃଷ୍ଟି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟିତ ହେଲା ବହୁ ପ୍ରତିକ୍ଷୀତ ଅପର ଇନ୍ଦ୍ରାବତୀ ବହୁମୁଖୀ ଜଳ ସେଚନ ପ୍ରକଳ୍ପ । ପ୍ରକଳ୍ପ ଦ୍ବାରା ଜିଲ୍ଲାର 39ଟି ପଞ୍ଚାୟତର 50 ହଜାର 406 ଲୋକ ଉପକୃତ ହେବେ । 25 ହଜାର 274 ହେକ୍ଟର ଜମି ଜଳସେଚିତ ହେବ । ଏହି ଚର୍ଚ୍ଚିତ ପ୍ରକଳ୍ପ ବିଗତ 2015 ମସିହାରେ ଆରମ୍ଭ ହୋଇ 2020 ସେପ୍ଟେମ୍ବରରେ ଶେଷ ହୋଇଥିଲା । ପ୍ରକଳ୍ପ ପାଇଁ ପ୍ରାୟ 9 ହଜାର 86 କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2 ହଜାର 85 କୋଟି ଟଙ୍କାର 106 ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।

ABOUT THE AUTHOR

...view details