‘ଟିକା ନେବା ବେଳେ ମନରେ ଭୟ ଥିଲା, ଏବେ ଆଉ ନାହିଁ’
ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ପ୍ରଥମେ ଟିକା ନେଇଛନ୍ତି ଜଣେ ସଫେଇ କର୍ମଚାରୀ । ଟିକା ପୂର୍ବରୁ ମନରେ ଭୟ ରହିଥିଲା କିନ୍ତୁ ଏବେ ନାହିଁ ବୋଲି ଅନୁଭୂତି ବଖାଣିଛନ୍ତି । 30 ବର୍ଷ ହେଲା ରୋଗୀ ସେବା କରି ଆସୁଥିବା ସଫେଇ କର୍ମଚାରୀ ପ୍ରଥମେ ଟିକା ନେଇଛନ୍ତି । ଏନେଇ ସେ କହିଛନ୍ତି, ଟିକା ଆସିବା ପରେ ଭୟ ଦୂର ହୋଇଯାଇଛି, ଟିକା ନେଲା ପରେ ଅସୁସ୍ଥତା ମନେ କରୁନାହାଁନ୍ତି । ଟିକା ନେଲେ ସମସ୍ତେ ଭଲରେ ରହିବେ ବୋଲି ସେ କହିଛନ୍ତି । କୋରୋନା ଟିକା ପାଇଥିବାରୁ ବହୁତ ଖୁସି ବୋଲି ବିରଞ୍ଚି କହିଛନ୍ତି । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିବା ଜରୁରୀ ତେଣୁ ସମସ୍ତେ ଟିକା ନିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି । ଏହାସହ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।