ଓଡିଶା

odisha

ETV Bharat / videos

ଭୁବନେଶ୍ବରକୁ ଜୁଡିସିଆରୀ ହବ୍‌ ଯୋଜନା, ଗୋଟିଏ ସ୍ଥାନରେ ସମସ୍ତ କୋର୍ଟ ଦାବି

By

Published : Sep 7, 2020, 9:09 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବର ହେବ ଜୁଡିସିଆରୀ ହବ୍‌ । ଓକିଲ ଓ ମହକିଲଙ୍କ ପାଇଁ ହେବ ସୁବିଧା । ଗୋଟିଏ ସ୍ଥାନରେ କରିହେବ ସମସ୍ତ ଆଇନଗତ ସମାଧାନ । ଏପରି କିଛି ଆଶା କରିଛନ୍ତି ଆଇନଜୀବୀ ଓ ସାଧାରଣ ଲୋକେ । ରାଜ୍ୟର ବିଭିନ୍ନ ସ୍ଥାନରୁ ଦୈନିକ 8ରୁ 10 ହଜାର କେସଧାରୀ ମହକିଲ ବିଭିନ୍ନ ମାମଲା ନେଇ ଭୁବନେଶ୍ବର ଆସୁଛନ୍ତି । ଏଠାରେ 5 ହଜାରରୁ ଅଧିକ ଓକିଲ କାମ ମଧ୍ୟ କରୁଛନ୍ତି । ରାଜଧାନୀର ବିଭିନ୍ନ ସ୍ଥାନରେ ଜୁଡିସିଆଲ, ଦେବୋତ୍ତର, ଚକବନ୍ଦୀ, ସିଭିଲ, କ୍ରିମିନାଲ ଓ ଟିକସ ଭଳି 100 ରୁ ଉର୍ଦ୍ଧ୍ବ କୋର୍ଟ ରହିଛି । ତେବେ ଏସମସ୍ତ କୋର୍ଟ ଗୋଟିଏ ସ୍ଥାନରେ ରହିଲେ ସୁବିଧା ହେବ ବୋଲି ଆଶା କରାଯାଉଛି । ଭୁବନେଶ୍ବର କୋର୍ଟ ପରିସରରେ ନୂଆ ବିଲଡିଂ ନିର୍ମାଣ ହେଉଥିବାରୁ ଏହି ସ୍ଥାନରେ ହିଁ ସମସ୍ତ କୋର୍ଟ ରହିବ ବୋଲି ଆଶା କରିଛି ବାର ଆସୋସିଏସନ ।

ABOUT THE AUTHOR

...view details