ଉପନିର୍ବାଚନ ରଣନୀତି: ବିଜେଡି ଅନ୍ତଃକନ୍ଦଳରୁ ଫାଇଦା ନେବାକୁ ବିରୋଧୀଙ୍କ ସଜବାଜ - ବାଲେଶ୍ଵର ସଦର ଆସନ
ଭୁବନେଶ୍ବର: ବାଲେଶ୍ଵର ସଦର ଆସନକୁ ନେଇ ବିଜେଡ଼ିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଦଳ ଏଠାରେ ପୂର୍ବତନ କାଉନସିଲର ସ୍ଵରୁପ ଦାସଙ୍କୁ ପାର୍ଥୀ କରିଛି । ଟିକେଟ ରେସରେ ନଥାଇ ବି ଦଳ ତାଙ୍କୁ ପାର୍ଥୀ କରିଛି । ଯାହାକୁ ନେଇ ଦଳ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ନେଇ ଦଳ ମଧ୍ୟରେ ନେତା ଓ କର୍ମୀ ବିରୋଧ କରିଛନ୍ତି । ଏହାକୁ ନେଇ ବିରୋଧୀ ରାଜନୀତି ଗଣିତ କଷୁଛନ୍ତି ଆଗାମୀ ଉପନିର୍ବାଚନ ପାର ହେବା ପାଇଁ ।