ଓଡିଶା

odisha

ETV Bharat / videos

ମିଳୁନି ଉପଯୁକ୍ତ ଚିକିତ୍ସା ସୁବିଧା, ବାହାର ରାଜ୍ୟ ମୁହାଁ ବଲାଙ୍ଗୀରବାସୀ - ଚିକିତ୍ସା ପାଇଁ ବାହାର ରାଜ୍ୟ ମୁହାଁ

🎬 Watch Now: Feature Video

By

Published : Oct 4, 2020, 6:52 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଏଠିକାର ଚିକିତ୍ସା ବ୍ୟବସ୍ଥାକୁ ଭରସା ନକରି ରୋଗୀ ଏବେ ବାହାର ରାଜ୍ୟ ମୁହାଁ ହେଉଛନ୍ତି । ଯାହା ଏଠିକାର ବ୍ୟବସ୍ଥାର ସତକୁ କରିଛି ଉଜାଗର । ବଲାଙ୍ଗୀରରେ କୋରୋନା ପରିସ୍ଥିତି ଅସମ୍ଭାଳ ହୋଇଥିବା ବେଳେ ଏଠିକାର ଚିକିତ୍ସା ବ୍ୟବସ୍ଥାକୁ ଭରସା ନକରି ରୋଗୀ ଏବେ ବାହାର ରାଜ୍ୟ ମୁହାଁ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲାରେ ଦୈନିକ ଶହେରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବଢି ଚାଲିଛି। ଏବଂ ଏଭଳି ସମୟରେ ରୋଗୀଙ୍କୁ ଚିକିତ୍ସା ଠିକରେ ମିଳୁ ନଥିବାର ହୋଇଛି ଅଭିଯୋଗ। ଏଠି ମେଡିକାଲ୍ କଲେଜ୍ , କିମ୍ସ କୋଭିଡ ଡାକ୍ତରଖାନା ସହ କିଛି କୋଭିଡ କେୟାର ସେଣ୍ଟର ରହିଛି। ହେଲେ ସେହି ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତର ନଥିବା ହେତୁ ଲୋକେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନଥିବାର ଅଭିଯୋଗ ହୋଇଛି। ଏବଂ ଏଥିପାଇଁ ରୋଗୀ ବାହାର ରାଜ୍ୟ ରାୟପୁର, ଆନ୍ଧ୍ରା ଓ ହାଇଦ୍ରାବାଦ ଯାଉଥିବାର ଦେଖିବାକୁ ମିଳୁଛି ।

ABOUT THE AUTHOR

...view details