ରାଜ୍ୟରେ ଚିନ୍ତା ବଢାଉଛି ବ୍ଲାକ ସ୍ପଟ, 2 ବର୍ଷରେ ଗଡିଲା 2800 ମୁଣ୍ଡ - bbsr news
ଭୁବନେଶ୍ବର: ରାଜ୍ୟରେ ଚିନ୍ତାଜନକ ସ୍ଥିତିରେ ସଡକ ଦୁର୍ଘଟଣା। କ୍ଷଣିକ ମଧ୍ୟରେ ଚାଲିଯାଉଛି ମୂଲ୍ୟବାନ ଜୀବନ। ଗଡୁଛି ମୁଣ୍ଡ ଆଉ ଜୀବନ ନେଉଛି ଡେଡଲି ଜୋନ ବ୍ଲାକ ସ୍ପଟ । ଗତ ୨ ବର୍ଷରେ ବ୍ଲାକ ସ୍ପଟରେ ଯାଇଛି ୨୮ ଶହରୁ ଅଧିକ ଜୀବନ। ୨୦୧୬ ରୁ ୨୦୧୮ମଧ୍ୟରେ ଚିହ୍ନଟ ହୋଇଛି ୪୩୫ଟି ବ୍ଲାକ ସ୍ପଟ। ଯେଉଁଥିରେ ରହିଛି ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୩୧ଟି ବ୍ଲାକ ସ୍ପଟ। ଆଉ ଖୋର୍ଦ୍ଦା ଜିଲ୍ଲାରେ ୨୩ଟି ଆଉ କଟକରେ ୧୩ଟି ବ୍ଲାକ ସ୍ପଟ। ଏନେଇ ଭୁବନେଶ୍ବର ଓ କଟକ ମଧ୍ୟରେ ରହିଥିବା ବ୍ଲାକ ସ୍ପଟକୁ ଚିହ୍ନଟ ସରିଥିବାବେଳେ ଦୁର୍ଘଟଣା ରୋକିବାକୁ ଚଳିତ ବର୍ଷ ନିଆଯାଉଛି ଅନେକ ପଦକ୍ଷେପ। ଏନେଇ କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର।