ଓଡିଶା

odisha

ETV Bharat / videos

ପୁଣି OSRTC ବସ ଦୁର୍ଘଟଣାଗ୍ରସ୍ତ, NHରେ ଓଲଟି ୫ ଆହତ

By

Published : Dec 28, 2021, 12:13 PM IST

କୋରାପୁଟ: OSRTC ବସ ଓଲଟି ୫ ଜଣ ଆହତ । ଜୟପୁର ସ୍ଥିତ ଜାତୀୟ ରାଜପଥରେ OSRTC ବସ ଆଜି ପାହାନ୍ତିଆରେ ଉମୁରି ଠାରେ ଓଲଟି ପଡିଥିଲା । ବସଟି ବିଶାଖାପାଟଣାରୁ ଉମରକୋଟ ଯାଉଥିବା ଜଣାପଡ଼ିଛି । ସକାଳୁ ଚାରିଆଡ଼େ ଘନ କୁହୁଡ଼ି ଥିବାରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଯାହାଫଳରେ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ମଧ୍ୟରେ କୋରାପୁଟରେ ୨ ଥର ବସ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ରବିବାର ସନ୍ଧ୍ୟାରେ ନାରାୟଣପାଟଣା ନିକଟରେ ରାୟଗଡାରୁ ତେନ୍ତୁଳିପଦର ଯାଉଥିବା ଏକ OSRTC ବସ ଦୁର୍ଘଟଣା ହୋଇ ରାସ୍ତା ଉପରେ ହିଁ ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିଲା । କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details