ବକେୟା ବିଲ ନଦେଲେ ଆସନ୍ତା 16ରୁ କଟିବ ବିଜୁଳି ସଂଯୋଗ
ଭୁବନେଶ୍ବର: ବିଜୁଳି ବିଲ ବାକି ରଖିଥିବା ଗ୍ରାହକଙ୍କୁ ସେସୁର ଶେଷ ଚେତାବନୀ । ବିଜୁଳି ବିଲ ନିର୍ଦ୍ଧାରିତ ସମୟ ମଧ୍ୟରେ ଭରଣା ନ କଲେ ଆସନ୍ତା 16 ତାରିଖ ଠାରୁ ବିଜୁଳି ସଂଯୋଗ କଟାଯିବ ବୋଲି ସ୍ପଷ୍ଟ କରିଛନ୍ତି ସିଇଓ ଅରୁଣ ବୋଥ୍ରା । ତେଣୁ ଆସନ୍ତା ସପ୍ତାହେ ମଧ୍ୟରେ ବିଜୁଳି ଗ୍ରାହକମାନେ ନିଜର ବାକି ଥିବା ବିଜୁଳି ବିଲ ଭରଣା କରି ଏଥିରୁ ଛାଡ଼ ପାଇବା ପାଇଁ ସେ ଉପଭୋକ୍ତାମାନଙ୍କୁ ନିବେଦନ କରିଛନ୍ତି ।