ବଦଳିବ ବାରବାଟୀ ଚିତ୍ର, ଅଢେଇ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ
କଟକ: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 22ରେ ଖେଳାଯିବ ଭାରତ ବନାମ ୱେଷ୍ଟେଇଣ୍ଡିଜ ଏକଦିବସିୟ ମୁକାବିଲା । ଯେଉଁଥି ପାଇଁ ଫ୍ଲଡ଼ ଲାଇଟଠୁ ଆରମ୍ଭ କରି ଷ୍ଟାଡିୟମର ପ୍ରତ୍ୟେକ କାମକୁ ତ୍ୱରିତ ଢ଼ଙ୍ଗରେ ସମ୍ପାଦନ କରୁଛି ଓସିଏ । ବିସିସିଆଇ ପକ୍ଷରୁ ଫଣ୍ଡ ଆସିବା ପରେ ବାରବାଟିକୁ 15 ଦିନ ମଧ୍ୟରେ ନୂଆ କରିବାକୁ ଲକ୍ଷ୍ୟ ରଖିଛି ଓସିଏ ।