'ସାଧାରଣ ଲୋକ ଭାବେ ଖୁସି ମୁଁ '
ମୁମ୍ବାଇ: ଦେଶରେ ବଢୁଥିବା କୋରୋନା ମାମଲା ମଧ୍ୟରେ ଅଭିନେତା ସୋନୁ ସୁଦ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେ କେବଳ ସୋସିଆଲ ମିଡିଆରେ ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କୁ ପ୍ରତିକ୍ରିୟା ଦେଉନାହାଁନ୍ତି ବରଂ ଯଥାଶୀଘ୍ର ସେମାନଙ୍କ ନିକଟରେ ପହଞ୍ଚୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ସୋନୁ ସୁଦଙ୍କ ଘର ବାହାରର । ଯେଉଁଠାରେ ସେ ଖରାରେ ଠିଆ ହୋଇଥିବା ଲୋକଙ୍କୁ ଏବଂ ମିଡିଆ କର୍ମଚାରୀମାନଙ୍କୁ ନିଜ ହାତରେ ସର୍ବତ ପିଇବାକୁ ଦେଉଥିବାର ନଜର ଆସିଛନ୍ତି । କିଛି ଦିନ ଧରି ଅନେକ ଲୋକ ସୋନୁଙ୍କୁ ପ୍ରଧାନମନ୍ତ୍ରୀ କରିବା ବିଷୟରେ କହୁଥିଲେ। ଏଭଳି ପରିସ୍ଥିତିରେ ଯେତେବେଳେ ସୋନୁଙ୍କୁ ପ୍ରଧାନମନ୍ତ୍ରୀ ହେବା ବିଷୟରେ ପ୍ରଶ୍ନ କରାଯାଇଥିଲା, ସୋନୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, 'ଯିଏ ଯେଉଁଠାରେ ଅଛନ୍ତି, ଠିକ୍ ଅଛି। ମୁଁ ସାଧାରଣ ଲୋକ ଭାବେ ଖୁସି । ମୁଁ ତୁମମାନଙ୍କ ସହିତ ସର୍ବଦା ଅଛି' ।