International Womens Day: ବାଲୁକା କଳାରେ ବ୍ରେକ ଦ ବାଇଅସ ବାର୍ତ୍ତା ଦେଲେ ଶିଳ୍ପୀ - womens day sand art in puri sea beach
ପୁରୀ: ବାଲୁକା କଳାରେ ଅନ୍ତର୍ଜାତୀୟ ମହିଳା ଦିବସ ଶୁଭେଚ୍ଛା । ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ବେଳାଭୂମିରେ ମହିଳାଙ୍କୁ ସମ୍ନାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ଏ ବର୍ଷର ଥିମକୁ ଆଧାର କରି ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ସେ ନାରୀ ମାନଙ୍କୁ ସମ୍ନାନ ଜଣାଇବା ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନ କରି ସମଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କ ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 15 ଟନ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 7 ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ "Break The Bias" ର ବାର୍ତ୍ତା ଦେଇଛନ୍ତି | ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:18 PM IST