କୋଚିଂ ସେଣ୍ଟର ହଷ୍ଟେଲ୍ରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - କୋଚିଂ ସେଣ୍ଟରରୁ ମୃତଦେହ ଉଦ୍ଧାର
ଢେଙ୍କାନାଳ:କୁଞ୍ଜକାନ୍ତ ଅଞ୍ଚଳର ଏକ କୋଚିଂ ସେଣ୍ଟରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର କଟକ ଜିଲ୍ଲା ତିଗିରିଆର ସୁନୀଲ ପଣ୍ଡାଙ୍କ ପୁଅ ଶୁଭ୍ରାଂଶୁ ପଣ୍ଡା ବୋଲି ଜଣାପଡିଛି । ସେ ଢେଙ୍କାନାଳ କଲେଜର ଯୁକ୍ତ ଦୁଇ ବାଣିଜ୍ୟ ବିଭାର ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ବେଳେ ଏକ କୋଚିଂ ସେଣ୍ଟରର ହଷ୍ଟେଲରେ ରହୁଥିଲେ ।
ସୂଚନା ମୁତାବକ, ଗତରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ତାଙ୍କ ରୁମରେ ଶୁଭ୍ରାଂଶୁ ଙ୍କ ମୃତଦେହ ଝୁଲୁଥିବାର ଦେଖି ହଷ୍ଟେଲର ଅନ୍ୟ ପିଲାମାନେ ମାଲିକଙ୍କୁ ଖବର ଦେଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ଡାକ୍ତରଖାନାକୁ ଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଥିଲା । ଅନ୍ୟପଟେ ଖବର ପାଇ ତାଙ୍କ ପରିବାର ଲୋକ ଆସି ଡାକ୍ତରଖାନାରେ ପହଞ୍ଚିବା ସହ ମୃତ୍ୟୁର ରହସ୍ୟ କଣ ଜାଣିବାକୁ ତଦନ୍ତ ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି । ଏନେଇ ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଢେଙ୍କାନାଳ