ଓଡିଶା

odisha

ଗୁଜୁରାଟରେ ନିର୍ମାଣ ଚାଲିଛି ବିଶ୍ଵର ସର୍ବବୃହତ ଶ୍ରୀ ଯନ୍ତ୍ର

ETV Bharat / videos

ଗୁଜୁରାଟରେ ନିର୍ମାଣ ଚାଲିଛି ବିଶ୍ଵର ସର୍ବବୃହତ ଶ୍ରୀ ଯନ୍ତ୍ର, 4 ଧାମ ପରିକ୍ରମା ଅବସରରେ ଶ୍ରୀମନ୍ଦିର ପହଞ୍ଚିଲା ପ୍ରତିକୃତି - ବିଶ୍ବର ସର୍ବବୃହତ ଶ୍ରୀ ଯନ୍ତ୍ର

By

Published : Apr 30, 2023, 5:36 PM IST

ପୁରୀ: ସମଗ୍ର ବିଶ୍ଵର କଲ୍ୟାଣ ପାଇଁ ନିର୍ମାଣ ଚାଲିଛି ବିଶ୍ଵର ସବୁଠୁ ବଡ ଶ୍ରୀ ଯନ୍ତ୍ର ନିର୍ମାଣ । ଗୁଜୁରାଟର ଅହମ୍ମଦାବାଦର ଜୟ ଭୋଲେ ଗ୍ରୁପ ପଞ୍ଚଧାତୁରେ ଏହି ଶ୍ରୀ ଯନ୍ତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏହି ଶ୍ରୀ ଯନ୍ତ୍ର ସ୍ଥାପନ ପୁର୍ବରୁ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହାର ପ୍ରତିକୃତିକୁ ସାଙ୍ଗରେ ଧରି ଚାରିଧାମ ଭ୍ରମଣରେ ବାହାରିଛନ୍ତି । ଇତି ମଧ୍ୟରେ ଦ୍ବାରିକା, ବଦ୍ରିନାଥ ଭ୍ରମଣ ସାରି ଅନୁଷ୍ଠାନର କର୍ମକର୍ତ୍ତା ପ୍ରତିକୃତି ସହ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଛନ୍ତି । ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀ ଯନ୍ତ୍ର ନିର୍ମାଣକୁ ପୂର୍ଣ୍ଣ ରୂପ ଦେବା ପାଇଁ ସେମାନେ ଶ୍ରୀଜିଉଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ଆଶୀର୍ବାଦ ମଧ୍ୟ ଭିକ୍ଷା କରିଛନ୍ତି । 

ଜୟ ଭୋଲେ ଗ୍ରୁପର ସଦସ୍ୟ ଦୀପେଶ ପଟେଲ କହିଛନ୍ତି, ଗୁଜୁରାଟର ବନସକାଣ୍ଟ ଜିଲାରେ ବିଶ୍ଵର ସବୁଠୁ ବଡ ଶ୍ରୀ ଯନ୍ତ୍ର ନିର୍ମାଣ ଚାଲିଛି । 25 ଜଣ କାରିଗର ଏହି ନିର୍ମାଣରେ ଲାଗିଛନ୍ତି । ଏହି ଶ୍ରୀ ଯନ୍ତ୍ରର ଓଜନ ପ୍ରାୟ 22ଶହ କେଜି ହେବ । ଏହାର ଉଚ୍ଚତା, ଲମ୍ବା, ଚଉଡା ସାଢେ 4 ଶହ ଫୁଟ୍ ରହିବ । ଶ୍ରୀ ବିଦ୍ୟା ଆଧାରରେ ଏହାର ନିର୍ମାଣ କରାଯାଉଅଛି । ଏଥିରେ ସୁନା, ରୂପା, ପିତଳ, ଲୁହା ଭଳି 5ଟି ଧାତୁର ମିଶ୍ରଣ ରହିବ । ଆଉ ତିନି ମାସ ଭିତରେ ଏହା ଶେଷ ହେବ । ଦେଶର ଶକ୍ତିପୀଠ ମଧ୍ୟରେ ଅନ୍ୟତମ ମା’ ଆମ୍ବାଜୀଙ୍କ ମନ୍ଦିରରେ ଏହାକୁ ସ୍ଥାପନା କରାଯିବ । ଜୟ ଭୋଲେ ଗ୍ରୁପ ଏହି ଶ୍ରୀ ଯନ୍ତ୍ରର ନିର୍ମାଣ ପରେ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବ । 

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details