ଓଡିଶା

odisha

ବିଶ୍ୱ ପରିବେଶ ଦିବସ ଅବସରରେ ତାରାତାରିଣୀ ପୀଠରେ ଲାଗିଲା 300 ଗଛ

ETV Bharat / videos

ତାରାତାରିଣୀ ମନ୍ଦିରରେ ବନୀକରଣ, ପରିବେଶ ଦିବସରେ ଲାଗିଲା 300 ଗଛ - ତାରାତାରିଣୀ ମନ୍ଦିର

By

Published : Jun 5, 2023, 7:50 PM IST

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତିପୀଠ କୁହାଯାଉଥିବା ପ୍ରସିଦ୍ଧ ମା’ ତାରାତାରିଣୀ ମନ୍ଦିର ଚତୁଃପାର୍ଶ୍ୱକୁ ବନୀକରଣ ମାଧ୍ୟମରେ ଆହୁରି ଆକର୍ଷଣୀୟ କରିବା ପାଇଁ ଆରମ୍ଭ ହେଲା ପ୍ରୟାସ । ବିଶ୍ୱ ପରିବେଶ ଦିବସ ଅବସରରେ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ମହାରଣାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସରେ ଯୋଗ ଦେଇଛନ୍ତି ସ୍ଥାନୀୟ ସାଂସଦ, ବିଧାୟକଙ୍କ ଠାରୁ ଆରମ୍ଭ କରି ଜଙ୍ଗଲବିଭାଗ । ରାଜ୍ୟ ସରକାରଙ୍କ ପକ୍ଷରୁ ମାଆ ତାରାତାରିଣୀ ମନ୍ଦିରର ଉନ୍ନତିକରଣ ପାଇଁ ରୂପାନ୍ତରିକରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇ ପାରିପାଶ୍ୱିକ ବିକାଶ କାର୍ଯ୍ୟ ଚାଲିଛି । ଏଭଳି ସମୟରେ ତାରାତାରିଣୀ ମନ୍ଦିର ପରିସରରେ ୩୦୦ରୁ ଊର୍ଦ୍ଧ୍ୱ ଅଶ୍ବସ୍ତ ଚାରା ଗଛକୁ ଲଗାଯାଇଛି । ତେବେ ଅଶ୍ବସ୍ତ ଗଛ ଦ୍ବାରା ଜଳବାୟୁ ପରିବର୍ତ୍ତନ ସହିତ ପ୍ରତ୍ୟେକ ବର୍ଷ ମାତ୍ରାଧିକ ଭାବରେ ଅମ୍ଳଜାନ ମିଳିବା ନେଇ ଆଶା ପ୍ରକଟ କରିଛନ୍ତି କାଜୁ ନିଗମର ଅଧ୍ୟକ୍ଷ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ, ଜିଲ୍ଲା ବନଅଧିକାରୀ ସନି ଖେଖରଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ । 
 

ଇଟିଭି ଭାରତ ବ୍ରହ୍ମପୁର 

ABOUT THE AUTHOR

...view details