ଓଡିଶା

odisha

ସରକାରୀ କ୍ଵାଟରରୁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତଦେହ ଉଦ୍ଧାର

ETV Bharat / videos

ସରକାରୀ କ୍ଵାଟରରୁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ମୃତଦେହ ଉଦ୍ଧାର, ଜଣାପଡୁନି ମୃତ୍ୟୁର କାରଣ - kalahandi woman health worker dead

By ETV Bharat Odisha Team

Published : Dec 21, 2023, 6:41 PM IST

ଭବାନୀପାଟଣା: କଳାହାଣ୍ଡିରେ ଚାଞ୍ଚଲ୍ୟ । ସରକାରୀ କ୍ବାଟରରୁ ମିଳିଲା ମହିଳା ସ୍ବାସ୍ଥ୍ୟ କର୍ମୀଙ୍କ ମୃତଦେହ । ମୃତ କର୍ମଚାରୀ ହେଲେ ରୋଜାଲିନୀ ପାତ୍ର । ବାଥରୁମରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା କେମିତି ତାଙ୍କ ମୃତ୍ୟୁ ହେଲା ତାହା ଏବେ ସନ୍ଦେହରେ । 

ମୃତ ରୋଜାଲିନଙ୍କ ଘର ପୁରୀ ଜିଲ୍ଲା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଇଚ୍ଛାପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ସିଏଚଓ ଭାବରେ କାର୍ଯ୍ୟ କରୁଥିଲେ । ସେ ଇଚ୍ଛାପୁର ସ୍ଵାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ସରକାରୀ ବାସଭବନରେ ହିଁ ଏକୁଟିଆ ରହୁଥିଲେ । ଆଜି ସକାଳୁ ସେ ଘରୁ ନ ବାହାରିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ୟ କର୍ମଚାରୀ ମାନେ ବାସଭବନକୁ ଯାଇ ଡାକି ଥିଲେ ହେଲେ ଘର ଭିତରୁ କୌଣସି ଉତ୍ତର ନ ଆସି ନଥିଲା  । 

ଏହା ମଧ୍ୟ ପଢନ୍ତୁ ...ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ମନରେ ସନ୍ଦେହ ଆସିବାରୁ ସେମାନେ କଲମପୁର ପୋଲିସକୁ ଖବର ଦେଇଥିଲେ । କଲମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୋଜାଲିନୀ ପାତ୍ରଙ୍କ ମୃତଦେହକୁ ବାଥରୁମରୁ ଉଦ୍ଧାର କରିଥିବା ବେଳେ ବ୍ୟବଚ୍ଛଦ ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ରୋଜାଲିନୀଙ୍କ ମୃତ୍ୟୁ ବିଷୟରେ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ସେପଟେ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

...view details