Odisha Weather: କାଳବୈଶାଖୀ ବର୍ଷା ନେଇ ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - ଜାରି ରହିଛି କାଳବୈଶାଖୀ ବର୍ଷା
ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ସକ୍ରିୟ ରହିଛି । ଏହାର ପ୍ରଭାବରେ କିଛି ଅଞ୍ଚଳରେ ଦିନ ତାପମତ୍ରା ହ୍ରାସ ପାଇଥିବା ବେଳେ ଅପରାହ୍ନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ସମ୍ଭାବନାକୁ ନେଇ ୨୦ ଜିଲ୍ଲାକୁ ସତର୍କ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡା, ସୁନ୍ଦରଗଡ, ଦେଓଗଡ, ଝାରସୁଗୁଡା ।
ସେହିପରି ଆସନ୍ତାକାଲି କିଛି ଜିଲ୍ଲାରେ ବର୍ଷା ହେବା ସହ ମୁଖ୍ୟତଃ ଶୁଖିଲା ପାଗ ରହିବ । ତେବେ ବର୍ଷାକୁ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରକ ଜିଲ୍ଲା ତିହିଡିଠାରେ ସର୍ବାଧିକ ୪୭.୦୦ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ଖରାର ସେଭଳି କିଛି ପରିବର୍ତ୍ତନ ହୋଇନଥିବା ବେଳେ ସମ୍ବଲପୁରରେ ସର୍ବାଧିକ ୪୩.୪ ତାପମାତ୍ରା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର