Brahmani Flood: ୨ ଗ୍ରାମକୁ ବ୍ରାହ୍ମଣୀ ଦୁଃଖ, ଜଳବନ୍ଦୀରେ ୩୦୦ରୁ ଊର୍ଦ୍ଧ୍ବ ପରିବାର - ଢେଙ୍କାନାଳରେ ବନ୍ୟା ସ୍ଥିତି
ଢେଙ୍କାନାଳ:ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ୨ଟି ଗ୍ରାମ ପାଇଁ ବିପଦ ସାଜିଛି ବ୍ରାହ୍ମଣୀ ନଦୀ । ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥାଆନ୍ତି ଜୟପୁର ଓ କୃଷ୍ଣପୁର ଗ୍ରାମ । ଜଳବନ୍ଦୀରେ ଦିନ କାଟନ୍ତି ଦୁଇ ଗ୍ରାମର ପ୍ରାୟ ୩୦୦ ଶହରୁ ଊର୍ଦ୍ଧ୍ବ ପରିବାର । ବ୍ରାହ୍ମଣୀ ଫୁଲିବା ପରେ ଜଳମଗ୍ନ ହୋଇଯାଇଛି ଶହ ଶହ ଏକର ଚାଷ ଜମି । ଜୟପୁର ଗ୍ରାମ ଶିବ ମନ୍ଦିର ଜଳମଗ୍ନ ହୋଇଥିବାବେଳେ ଯାତାୟତ ଠପ ହୋଇଯାଇଛି । ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ଲହଡି ଖେଳୁଛି । ଛାତ୍ରଛାତ୍ରୀମାନଙ୍କୁ ଏକ ଡଙ୍ଗା ସାହାଯ୍ୟରେ ବିପଦ ଶଙ୍କୁଳ ଅବସ୍ଥାରେ ପାରି କରାଯାଉଛି । ଅଦ୍ୟାବଧି ଦୁଇ ଗ୍ରାମକୁ ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯାଇନଥିବା ଜଣାପଡ଼ିଛି । ତେବେ ଆଜି ସନ୍ଧ୍ୟାରେ ଗାଈଗୋରୁମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
ଏହା ବି ପଢନ୍ତୁ- ମହାନଦୀରେ ବନ୍ୟା: ଆଠମଲ୍ଲିକ କୂଦଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ଉଦ୍ଧାର କାର୍ଯ୍ୟ ଜାରି
ଇଟିଭି ଭାରତ, ଢେଙ୍କାନାଳ