ଓଡିଶା

odisha

ETV Bharat / videos

ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭୋଭୋ ହୋଇ କାନ୍ଦିଲେ ଡାକ୍ତର, ଭିଡିଓ ଭାଇରାଲ

By

Published : Sep 2, 2022, 9:36 PM IST

Updated : Feb 3, 2023, 8:27 PM IST

ଚଣ୍ଡିଗଡ଼: ହରିୟାଣା ଚଣ୍ଡିଗଡ଼ ଭିବାନୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କ କାନ୍ଦିବା ଭିଡିଓ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଜାତିବାଦ କାରଣରୁ ଡାକ୍ତରଙ୍କୁ ହସ୍ପିଟାଲ୍‌ରେ ବସିବାକୁ ଦିଆଯାଉନାହିଁ ଫଳରେ ସେ ରୋଗୀସେବା କରି ପାରୁନାହାନ୍ତି । ତେବେ ଏହାକୁ ନେଇ ହସ୍ପିଟାଲ୍‌ର ମୁଖ୍ୟ ଡାକ୍ତର କିଛି ଅଲଗା କାହାଣୀ ଶୁଣାଇଛନ୍ତି । ସମ୍ପୃକ୍ତ ଡାକ୍ତର ଅନ୍ୟ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରନ୍ତି । ଅପରେସନ ଥିଏଟର ଭିତରେ ପଶି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ଯାଞ୍ଚ ଆଦେଶ ଦିଆଯାଇଛି । ରିପୋର୍ଟ ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ହସ୍ପିଟାଲ୍‌ର ମୁଖ୍ୟ ଡାକ୍ତର ।
Last Updated : Feb 3, 2023, 8:27 PM IST

ABOUT THE AUTHOR

...view details