ଓଡିଶା

odisha

ନୂତନ କୃଷି ସମବାୟ ସମିତି ଗଠନ ଦାବି , ରାସ୍ତା ଅବରୋଧ କଲେ ୨ ପଞ୍ଚାୟତବାସୀ

ETV Bharat / videos

ନୂତନ କୃଷି ସମବାୟ ସମିତି ଗଠନ ଦାବି, ରାସ୍ତା ଅବରୋଧ କଲେ ୨ ପଞ୍ଚାୟତବାସୀ - khariar police

By ETV Bharat Odisha Team

Published : Oct 30, 2023, 8:08 PM IST

ନୂଆପଡା: ନୂତନ କୃଷି ସମବାୟ ସମିତି ଗଠନ ଦାବିରେ ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ଅବରୋଧ କଲେ କିରିକିଟା ଏବଂ ସୁନାରିସୀକୁଆଁ ପଞ୍ଚାୟତବାସୀ । ଜିଲ୍ଲାରେ 40 ଗୋଟି ନୂତନ କୃଷି ସମବାୟ ସମିତି ଗଠନ ପାଇଁ ସରକାର ଘୋଷଣା କରିଥିଲେ । ସେହି କ୍ରମରେ ଏହି ୨ଟି ପଞ୍ଚାୟତକୁ ନେଇ ମଧ୍ୟ କୃଷି ସମବାୟ ସମିତି ଗଠନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ । ହେଲେ ପ୍ରଶାସନର ଅବହେଳା ଯୋଗୁଁ କିରିକିଟା ଏବଂ ସୁନାରିସୀକୁଆଁ ପଞ୍ଚାୟତରେ ନୂତନ କୃଷି ସମବାୟ ସମିତି ଗଠନରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ଲୋକେ ।

 

ସୂଚନାଯୋଗ୍ୟ ନୂଆପଡା ଜିଲ୍ଲାରେ ଚାଷୀଙ୍କ ସୁବିଧା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ 40 ଗୋଟି ନୂତନ କୃଷି ସମବାୟ ସମିତି ଗଠନ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଯେଉଁଥିରେ ଖଡ଼ିଆଳ ବ୍ଲକ କିରିକିଟା ଏବଂ ସୁନାରିସୀକୁଆଁ ଦୁଇଗୋଟି ଗ୍ରାମପଞ୍ଚାୟତକୁ ନେଇ ଏକ କୃଷି ସମବାୟ ସମିତି ଗଠନ ହେବା କଥା ସ୍ପଷ୍ଟ କରିଥିଲେ ସରକାର । ହେଲେ ନୂଆପଡ଼ା ଜିଲ୍ଲା ପ୍ରଶାସନର ଅବହେଳା କାରଣରୁ କିରିକିଟା, ସୁନାରିସୀକୁଆଁ ନୂତନ କୃଷି ସମବାୟ ସମିତି ଗଠନ ହୋଇ ପାରିଲାନାହିଁ । 

ଏହା ମଧ୍ୟ ପଢନ୍ତୁ...ରାଜପଥ ସମ୍ପ୍ରସାରଣରେ ଅବହେଳା ଅଭିଯୋଗ, ରାସ୍ତା ଅବରୋଧ କଲେ ଅସନ୍ତୁଷ୍ଟ ଲୋକେ


ଏହାର ପ୍ରତିବାଦରେ ଆଜି ୨ଟି ଗ୍ରାମପଞ୍ଚାୟତର ଶତାଧିକ ମହିଳା ପୁରୁଷ ଏକତ୍ରିତ ହୋଇ ଖଡ଼ିଆଳ ସିନାପାଲି ମୁଖ୍ୟରାସ୍ତା କିରିକିଟା ପାଖରେ ରାସ୍ତା ଅବରୋଧ କରିଛନ୍ତି । ବିଭାଗୀୟ ଅଧିକାରୀ ତୁରନ୍ତ ଆସି ନୂତନ ସମବାୟ ସମିତି ଗଠନ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆନ୍ଦୋଳନ କାରୀ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାପାଇଁ ଘଟଣା ସ୍ଥଳରେ ଖଡ଼ିଆଳ ପୋଲିସ, ତହସିଲଦାର ପହଞ୍ଚି ଆନ୍ଦୋଳନ କାରୀମାନଙ୍କୁ ବୁଝା ସୁଝା କରୁଛନ୍ତି । ବିଭାଗୀୟ ଅଧିକାରୀ ଆସିଲେ ଆଲୋଚନା କରି ଆନ୍ଦୋଳନକୁ ହଟାଯିବା ବୋଲି ଖଡ଼ିଆଳ ତହସିଲଦାର କହିଛନ୍ତି ।

ଇଟିଭି ଭାରତ,ନୂଆପଡା 

ABOUT THE AUTHOR

...view details