ଓଡିଶା

odisha

ବାଘ ସନ୍ଦେହରେ ଆତଙ୍କିତ ଗ୍ରାମବାସୀ

ETV Bharat / videos

ରାତି ଅଧିଆ ଆସୁଛି ଅଜଣା ଜନ୍ତୁ: ବାଘ ସନ୍ଦେହରେ ଆତଙ୍କିତ ଗ୍ରାମବାସୀ

By

Published : Jul 31, 2023, 7:42 PM IST

ପାରଳାଖେମୁଣ୍ଡି: ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତର ଯୋଡିପଥର ଗାଁରେ ବାଘ ଆତଙ୍କ l ଗାଁକୁ ରାତି ଅଧରେ ବାଘ ପସି ଆସିବା ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଗତ ୨୭ ତାରିଖ ରାତି ପ୍ରାୟ ସାଢେ ୧୧ ଟାରେ ଯୋଡ଼ିପଥର ଗାଁରେ ରହୁଥିବା ଜଣେ କଲେଜ ଛାତ୍ରଙ୍କ ଘର ବନ୍ୟ ଜନ୍ତୁ ଗାଁ ଭିତରକୁ ଆସୁଥିବା ଦେଖିବା ପରେ ଏହା ବାଘ ବୋଲି ସନ୍ଦେହ କରିଥିଲେ ଲୋକେ l 

କିଛି ସମୟ ପରେ ବନ୍ୟ ଜନ୍ତୁଟି ଚାଲିଯାଇଥିଲା l ହେଲେ ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ପୂର୍ବରୁ ଅଞ୍ଚଳରେ ବାଘ ଥିବା ଦୃଷ୍ଟିକୁ ଆସିନଥିବାବେଳେ ଏବେ ରାତି ଅଧିଆ ଗାଁକୁ ଆସିଥିବା ବନ୍ୟଜନ୍ତୁଟି ଲୋକଙ୍କୁ ଭୟଭୀତ କରିଛି । ଭାଇରାଲ ହେଉଥିବା ଭିଡିଓରେ ଦୃଶ୍ୟମାନ ହେଉଥିବା ବନ୍ୟଜନ୍ତୁଟି ବିରାଡ଼ି ଜାତୀୟ ପଶୁ ଏବଂ ଏହାର ଶରୀର ଲମ୍ବା ହୋଇଥିବାବେଳେ ଲାଞ୍ଜ ଥିବା କୁହାଯାଉଛି ।

ଏହା ବି ପଢନ୍ତୁ...କିଆକଟାରେ ବାଘ ଭିଡିଓ ଭାଇରାଲ ଘଟଣା, ଓଡ଼ିଶାର ନୁହେଁ ମହାରାଷ୍ଟ୍ରର

କେହି କେହି ଏହାକୁ କଲରାପତରିଆ ବାଘ ବୋଲି କହୁଛନ୍ତି । ତେବେ ଜନ୍ତୁ ଆସୁଥିବା ପାଖରେ ଛେଳି ଗୁହାଳ ଓ କୁକୁଡ଼ା ଘର ଥିବାରୁ ଶିକାର କରିବା ପାଇଁ ବାଘ ଆସିଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ l ଏନେଇ ଚାନ୍ଦିପୁଟ ବନପାଳ କହିଛନ୍ତି, "ଏହା କୌଣସି ବାଘ ନୁହେଁ, ଏହା ଏକ ବିରାଡ଼ି ଜାତୀୟ ପଶୁ । ତେଣୁ ଭୟଭୀତ ହେବାର କୌଣସି କାରଣ ନାହିଁ।"

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details