ଅଯୋଧ୍ୟା ରାମ ମନ୍ଦିର ବୁଲିଯିବାକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ - କଙ୍କିଳି ଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଦେଲେ ଯୋଗ
Published : Oct 30, 2023, 2:27 PM IST
ଅନୁଗୋଳ:ଅଯୋଧ୍ୟା ରାମମନ୍ଦିର ଯିବାକୁ ତାଳଚେର ବାସିନ୍ଦାଙ୍କୁ ନିମନ୍ତ୍ରଣ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ଜାନୁଆରୀରେ ଅଯୋଧ୍ୟା ରାମମନ୍ଦିରର ଉଦଘାଟନ ପରେ ସମସ୍ତଙ୍କୁ ରାମମନ୍ଦିର ଦର୍ଶନ ନିମନ୍ତେ ନିମନ୍ତ୍ରଣ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଅନୁଗୋଳ ଜିଲ୍ଲାର ତାଳଚେର କଙ୍କିଳି ଗାଁରେ ଆୟୋଜିତ ଦଶହରା ଖେଳକୁଦ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ନିଜ ଅଭିଭାଷଣରେ ଅଯୋଧ୍ୟା ରାମମନ୍ଦିର ବୁଲି ଯିବାକୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହାମଧ୍ୟ ପଢନ୍ତୁ..Kumar Utsav: କୁମାର ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଗତ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ତାଳଚେର କଙ୍କିଳି ଗାଁରେ ଆୟୋଜିତ ଦଶହରା ଖେଳକୁଦ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଦ ଦେଇଥିଲେ । ତେବେ ଲୋକମାନଙ୍କ ମନରେ ଆଧ୍ୟାତ୍ମିକତା ଭାବନା ବଢିଥିବା କହିବା ସହ ରାମ ମନ୍ଦିର ଯିବାକୁ ଲୋକମାନଙ୍କ ନିମନ୍ତ୍ରଣ କରିଥିଲେ। ତେବେ ଜିଲ୍ଲାରେ ଗଣେଶ ପୂଜାଠାରୁ ଦୀପାବଳି ଓ କାର୍ତ୍ତିକେଶ୍ଵର ପୂଜା ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୁଏ ବୋଲି ସେ କହିଥିଲେ । ବିଳମ୍ବିତ ସଂଧ୍ୟାରେ କଙ୍କିଳି ଗାଁରେ କନକ ଦୁର୍ଗା କ୍ଷତ୍ରୀୟ ସମାଜର ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।
ଇଟିଭି ଭାରତ, ଅନୁଗୋଳ