ଅଧାରେ ରହିଲା ମହାଦେବଙ୍କ ଜଳାଭିଷେକ, ଶାଳନ୍ଦୀ ନଦୀରେ ଭାସିଗଲେ ୨ କାଉଡିଆ - ମହାଦେବଙ୍କ ଜଳାଭିଷେକ
ବାଲେଶ୍ବର:ଶ୍ରାବଣ ମାସରେ ଦେବଦେଵ ମହାଦେବଙ୍କ ପାଖରେ ଜଳାଭିଷେକ କରିବା ପାଇଁ କାଉଡ଼ିଆମାନେ ବିଭିନ୍ନ ନଦୀରୁ ଜଳ ଉଠାଇ ନେଇଥାନ୍ତି। ମାତ୍ର ଆଜି ସୋମବାରରେ କାଉଡ଼ିଆମାନେ ଜଳ ଉଠାଇ ନେଉଥିବା ବେଳେ ୩ ଜଣ କାଉଡ଼ିଆ ନଦୀରେ ଭାସି ଯାଇଥିବା ବେଳେ ୨ ଜଣ ନିଖୋଜ ଥିବା ଜଣାପଡିଛି । ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ବରଦା ଗ୍ରାମ ଦେଇ ପ୍ରବାହିତ ହୋଇଥିବା ଶାଳନ୍ଦୀ ନଦୀରୁ ଶ୍ରାବଣ ମାସର ସୋମବାରରେ କାଉଡ଼ିଆମାନେ ଜଳଭାର ନେଇଥାନ୍ତି। ଆଜି ମଧ୍ୟ ଠିକ ସେମିତି ସାନଜୟୀ ଗ୍ରାମର 18 ଜଣ କାଉଡ଼ିଆ ଶାଳନ୍ଦୀ ନଦୀରେ ପୂଜାର୍ଚ୍ଚନା କରି ଜଳଭାର ନେଇଥିଲେ।
ଏହା ବି ପଢନ୍ତୁ- ଅଧାରେ ରହିଲା କାଉଡି ଯାତ୍ରା: ବିଦ୍ୟୁତ୍ ଆଘାତରେ ୫ କାଉଡିଆଙ୍କ ମୃତ୍ୟୁ
କାଉଡ଼ିଆମାନେ ଶାଳନ୍ଦୀ ନଦୀରୁ ଜଳଭାର ନେଇ ଅଣିଜ ନିକଟସ୍ଥ ସିନ୍ଧୁକେଶ୍ବର ମହାଦେବଙ୍କ ପାଖରେ ଜଳାଭିଷେକ କରିବା ପାଇଁ ଯାଉଥିଲେ। ଏକ ଧାଡିରେ ଜଳଭାର ନେଇ ଯାଉଥିବା ବେଳେ ଗ୍ରାମର ରାଜେନ୍ଦ୍ର ସାହୁ ଏବଂ କାଠିଆ ମହାକୁଡ଼ଙ୍କ ଗୋଡ଼ ଖସି ଯାଇଥିଲା । ସେମାନେ ନଦୀ ଭିତରେ ବୁଡି ଯାଉଥିବା ଦେଖି ଜଣେ ଯୁବକ ସେମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏଯାଏଁ ନିଖୋଜ ଦୁଇ କାଉଡ଼ିଆ ଉଦ୍ଧାର ହୋଇନଥିବା ଜଣାପଡିଛି।
ଇଟିଭି ଭାରତ, ବାଲେଶ୍ବର