ଓଡିଶା

odisha

TV D1 test flight mission director S Sivakumar

ETV Bharat / videos

ସଫଳ ଉତକ୍ଷେପଣ ପରେ TV D1 ଟେଷ୍ଟ ଫ୍ଲାଇଟ ମିଶନର ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ଏମିତି - TV D1 ଟେଷ୍ଟ ଫ୍ଲାଇଟ

By ETV Bharat Odisha Team

Published : Oct 21, 2023, 11:47 AM IST

ହାଇଦ୍ରାବାଦ:ଇସ୍ରୋର ପ୍ରଚେଷ୍ଟା ଆଗରେ ହାର ମାନିଲା ବାଧାବିଘ୍ନ । ସମସ୍ତ ପ୍ରକିକୂଳ ପରିସ୍ଥିତିକୁ ମାତ ଦେଇ ଗଗନଯାନ ମିଶନ TV D-1ର ସଫଳ ଉତକ୍ଷେପଣ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ତେବେ ଏହାର ସଫଳତା ପରେ ଇସ୍ରୋ ବୈଜ୍ଞାନିକମାନେ ଖୁସି ଜାହିର କରିବା ସହିତ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି । ତେବେ ଏନେଇ TV D1 ଟେଷ୍ଟ୍‌ ଫ୍ଲାଇଟ୍‌ ମିଶନର ନିର୍ଦ୍ଦେଶକ ଏସ୍‌ ଶିବକୁମାର କହିଛନ୍ତି,"ଏଭଳି ପ୍ରଚେଷ୍ଟା ପୂର୍ବରୁ କେବେ କରାଯାଇ ନଥିଲା । ଏହା ଅନେକଗୁଡ଼ିଏ ପ୍ରୟୋଗ ଗୁଚ୍ଛ ସହିତ ସମାନ । ଏହି ପ୍ରୟୋଗ ବା ଏହି ମିଶନ ଦ୍ବାରା ଆମେ ଯେଉଁ ପରୀକ୍ଷଣ କରିବାକୁ ଚାହୁଁଥିଲୁ ବର୍ତ୍ତମାନେ ଆମେ ଉକ୍ତ 3 ପ୍ରଣାଳୀର ବିଶେଷତା ଦେଖିଲୁ । ପରୀକ୍ଷଣ ଯାନ, କ୍ରୁ ଏସ୍କେପ୍‌ ସିଷ୍ଟମ ଏବଂ କ୍ରୁ ମଡ୍ୟୁଲ ସବୁକିଛିକୁ ଆମେ ପ୍ରଥମ ପ୍ରୟାସରେ ପ୍ରଦର୍ଶିତ କରିପାରିଛୁ । ସବୁ ସିଷ୍ଚମରେ ଆମେ ସଫଳତା ପାଇଛୁ । ଆଜିର ଦିନ ପାଇଁ ଆମେ 3ରୁ 4 ବର୍ଷ ଧରି ସାଧନା କରିଥିଲୁ । ଆଜି ଶେଷରେ ସେହି ଦିନ ଆସିଯାଇଛି । ଆମେ ପ୍ରଥମ ପ୍ରୟାସରେ ସଫଳତା ପାଇ ଅତ୍ୟନ୍ତ ଖୁସି ଅଛୁ ।

ଏହା ମଧ୍ୟ ପଢନ୍ତୁ: Mission Gaganyaan: ସଫଳ ହେଲା ଟେଷ୍ଟ ଫ୍ଲାଇଟ, ଉତ୍‌କ୍ଷେପଣ ହେଲା TV D1 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details