ଓଡିଶା

odisha

Attack on Journalist: ଝାରପଡ଼ା ଜେଲ୍ ଗଲେ ଟୁଟୁ ନାୟକ, ସୋମବାର ଆସିବ ପରବର୍ତ୍ତୀ ରାୟ

By ETV Bharat Odisha Team

Published : Nov 4, 2023, 7:13 PM IST

Updated : Nov 4, 2023, 7:26 PM IST

ଝାରପଡ଼ା ଜେଲ୍ ଗଲେ ଟୁଟୁ ନାୟକ

ଭୁବନେଶ୍ବର: ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣା । ଝାରପଡ଼ା ଜେଲ୍ ଗଲେ ପ୍ରଯୋଜକ ଟୁଟୁ ନାୟକ । ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଟୁଟୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜାମିନ ଉପରେ ସୋମବାର ଆସିବ ରାୟ । ଶୁକ୍ରବାର ଟୁଟୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ମହିଳା ସାମ୍ବାଦିକା ଦେବସ୍ମିତା ରାଉତ । ଏନେଇ ପୋଲିସ ଆଜି କଟକରୁ ଟୁଟୁଙ୍କୁ ଆଣି ଖାରବେଳନଗର ଥାନାରେ ପଚରାଉଚରା କରିଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଛି ।

ବିଚାରବିଭାଗୀୟ ହାଜତ ଗଲେ ବିବାଦୀୟ ପ୍ରଯୋଜକ ଟୁଟୁ  । ସାମ୍ବାଦିକାଙ୍କୁ ମାଡ଼ ମାମଲାରେ ଜେଲ୍ ଗଲେ ଟୁଟୁ ନାୟକ । କଡ଼ା ସୁରକ୍ଷା ବଳୟରେ ଝାରପଡ଼ା ଜେଲ୍ ନେଲା ପୋଲିସ । 14 ଦିନିଆ ବିଚାରବିଭାଗୀୟ ହାଜତ ଗଲେ ଟୁଟୁ ନାୟକ । ଟୁଟୁଙ୍କ ଜାମିନ ଆବେଦନକୁ ସଂରକ୍ଷିତ ରଖିଲେ SDJM କୋର୍ଟ । ଜାମିନ ଆବେଦନ ଉପରେ ସୋମବାର ପୁନଃଶୁଣାଣି କରିବେ କୋର୍ଟ । ସଙ୍ଗିନ ଦଫାରେ ଗିରଫ ହୋଇଛନ୍ତି ସଞ୍ଜୟ ନାୟକ ଓରଫ୍‌ ଟୁଟୁ । 

ଏହା ବି ପଢନ୍ତୁ...Attack On Journalist: ଟୁଟୁଙ୍କ ଗିରଫକୁ ନେଇ କ'ଣ କହିଲେ IIC ? ଶୁଣନ୍ତୁ...


ଝାରପଡ଼ା ଜେଲ୍ ଯାଇଛନ୍ତି ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ। JMFC କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ୨ଦିନ ପାଇଁ ଝାରପଡ଼ା ଜେଲରେ‌ ରହିବେ ଟୁଟୁ ନାୟକ। ଏନେଇ ଜାମିନ ଆବେଦନ କରାଯାଇଥିବାବେଳେ ଏହାର ଶୁଣାଣି ପରେ ରାୟ ସଂରକ୍ଷିତ କରିଛନ୍ତି କୋର୍ଟ। ଏନେଇ ସୋମବାର ଜାମିନ ଉପରେ ରାୟ  ଆସିବ। ସୋମବାର ପରବର୍ତ୍ତୀ ରାୟ ପ୍ରକାଶ କରିବେ କୋର୍ଟ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2023, 7:26 PM IST

ABOUT THE AUTHOR

...view details