Homage to Martyred Jawans: ରାମମନ୍ଦିରରେ ଦୀପଦାନ କରାଯାଇ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି - ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣ
ଭୁବନେଶ୍ବର: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ଆତଙ୍କୀ ଆକ୍ରମଣରେ ଜାମ୍ମୁ କାଶ୍ମୀରରେ ଶହୀଦ ହୋଇଥିବା 5 ଶହୀଦ ଯବାନଙ୍କ ସମେତ ଓଡ଼ିଆ ପୁଅ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ରାମମନ୍ଦିରରେ ଦୀପ ଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଜମ୍ମୁ କାଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ଆକ୍ରମଣରେ ଯେଉଁ ୫ ଜଣ ଯବାନ ଶହୀଦ ହୋଇଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଛନ୍ତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା । ଦୀପଦାନ କରି ଭଗବାନ ରାମଙ୍କ ନିକଟରେ ସେମାଙ୍କର ଆତ୍ମର ସଦଗତି କାମନା କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଉ ଶୋକସନ୍ତପ୍ତ ପରିବାର ପାଇଁ ସାହସ ଓ ଧର୍ଯ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।
ସେହିପରି ଏବିଭିପିର ଭୁବନେଶ୍ୱର ମହାନଗର ତରଫରୁ ଶହୀଦ ବୀର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ରଙ୍ଗୋଲି ସହ ଦୀପ ଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି ଏବିଭିପି । ବୀର ଯବାନଙ୍କ ଅମର ଆତ୍ମାର ସତଗତି କାମନା ସହ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ପରିବାରକୁ ଭଗବାନ ରାମ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରାଯାଇଛି। ଏଥିସହ ରାଜ୍ୟ ଗ୍ରନ୍ଥାଗାର ପଢିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଛାତ୍ରଛାତ୍ରୀ ଶୋଭାଯାତ୍ରାରେ ଆସି ହାତରେ କ୍ୟାଣ୍ଡେଲ ଧରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସମସ୍ତେ ବୀର ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜାଳି ଦୀପଦାନ କରି ଭଗବାନ ରାମ ଙ୍କ ନିକଟରେ ସେମାଙ୍କର ଆତ୍ମର ସଦଗତି କାମନା କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ଅନ୍ୟପଟେ ବୀର ଯବାନଙ୍କ ବଳିଦାନକୁ ସଲାମ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ହୃଦୟବିଦାରକ ଘଟଣା ଘଟାଇଥିବା ଆତଙ୍କବାଦୀ ମାନଙ୍କୁ କଡା ଜବାବ ଦେବା ପାଇଁ କହିଛନ୍ତି ଗ୍ରନ୍ଥାଗାର ର ଛାତ୍ରଛାତ୍ରୀ । ତେବେ ଜାମ୍ମୁ କାଶ୍ମୀରର ପୁଞ୍ଛରେ ସେନା ଟ୍ରକ୍ ଉପରେ ଆତଙ୍କୀ ହମଲା ହୋଇଥିବା ବେଳେ ସେଥିରେ ଓଡ଼ିଶାର ଦେବାଶିଷଙ୍କ ସହ ଅନ୍ୟ ୪ ଯବାନ ଶହୀଦ ହୋଇଛନ୍ତି। ଏହି ଘଟଣା ଏକ ହୃଦୟ ବିଦାରକ ଦୁର୍ଘଟଣା । ତେଣୁ ଏହି ଘଟଣା କିଭଳି ଭାବେ ତାଙ୍କ ପରିବାରକୁ ଦୁର୍ବଳ ନ କରିଦେଉ ସେଥିପାଇଁ ତାଙ୍କୁ ସହିବାର ଶକ୍ତି ଦିଅନ୍ତୁ ବୋଲି ଉଭୟ ବିଜେପି ଓ ଏବିଭିପି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର