କାଳବୈଶାଖୀ ତାଣ୍ଡବ, ଉଜାଡି ଦେଲା ସୁନାର ଫସଲ
ନବରଙ୍ଗପୁର: ନବରଙ୍ଗପୁରରେ ତାଣ୍ଡବ ରଚିଛି କାଳବୈଶାଖୀ । ଅଦିନିଆ ଝଡ଼ ଏବଂ ତୁମ୍ବିତୋଫାନ ଉଜାଡି ଦେଇଛି ସୁନା ଫସଲ । ଭାଙ୍ଗି ଦେଇଛି ଅନେକ ଘର । ପ୍ରଚୁର କୁଆ ପଥର ବର୍ଷାରେ ଉଜୁଡି ଯାଇଛି ଧାନ, ମକା ଫସଲ । ପ୍ରବଳ ବେଗରେ ପବନ କାରଣରୁ ଉଡ଼ିଯାଇଛି ଛାତ ଭାଙ୍ଗିଯାଇଛି ଘର । ଗତକାଲି(ସୋମବାର) ସନ୍ଧ୍ୟାର ଦୃଶ୍ୟ ଦେଖିଲେ କାଶ୍ମୀରର ଭ୍ରମ ସୃଷ୍ଟି କରୁଥିଲା ନବରଙ୍ଗପୁରର ଆଖ ପାଖ ଅଞ୍ଚଳ । 5ଶହ ଏକର ଆଧିକ ଫସଲ ନଷ୍ଟ ହୋଇଥିବା ବେଳେ , ୫୦ରୁ ଉର୍ଦ୍ଧ୍ବ ଘର କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି । ତହସିଲଦାର ଓ କୃଷି ବିଭାଗ ମିଳିତ ଭାବେ କ୍ଷୟକ୍ଷତି ଆକଳନ କରୁଛନ୍ତି । ତେବେ ଅଦିନିଆ କୁଆ ପଥର ବର୍ଷାରେ ସମ୍ପୂର୍ଣ ଚାଷ ନଷ୍ଟ ହୋଇଥିବା ବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ କୁ ଦୋହଲାଇ ଦେଇଛି । ନଷ୍ଟ ହୋଇଥିବା ଘର ପାଇଁ ପଲିଥିନ ବାଣ୍ଟିବା ଯାଇଥିବା କହିଛନ୍ତି ତହସିଲଦାର । କୃଷି ଅଧିକାରୀ ବର୍ତ୍ତମାନ ଘଟଣାସ୍ଥ କୁ ଯାଇଥିବା ବେଳେ ପ୍ରକୃତ କ୍ଷୟକ୍ଷତିର ଆକଳନ କରାଯାଇନାହିଁ ।
ଇଟିଭି ଭାରତ, ନବରଙ୍ଗପୁର