Rishikesh Int Yoga Festival: ଉତ୍ତରାଖଣ୍ଡ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ, ମାଲଖମ୍ବ ମୁଖ୍ୟ ଆକର୍ଷଣ
ଡେରାଡୁନ:ଉତ୍ତରାଖଣ୍ଡର ଧାର୍ମିକ ପୀଠ ଋଷିକେଶରେ ଅନ୍ତର୍ଜାତୀୟ ଯୋଗ ଉତ୍ସବର ଆୟୋଜନ ହୋଇଛି । ଏହି ଉତ୍ସବର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଥିବା ବେଳେ ଦେଶ ତଥା ବିଦେଶୀମାନଙ୍କୁ ମନ ମୋହୁଛି । ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତାକାଲି (୧୨ ତାରିଖ) ପର୍ଯ୍ୟନ୍ତ ଚାଲିବ । ଏହି ଉତ୍ସବରେ ପ୍ରାୟ ୯୦ ଦେଶର ଯୋଗ ପ୍ରଶିକ୍ଷାର୍ଥୀ ଭାଗ ନେବା ସହିତ ନିଜ ପ୍ରତିଭା ପ୍ରଦର୍ଶନ କରିଛନ୍ତି । ୧୧୦୦ରୁ ଅଧିକ ଯୋଗ ପ୍ରଶିକ୍ଷାର୍ଥୀ ଓ ୨୫ରୁ ଅଧିକ ଦେଶରୁ ପ୍ରାୟ ୭୫ରୁ ଊର୍ଦ୍ଧ୍ବ ଯୋଗଗୁରୁ ଅଂଶଗ୍ରହଣ କରିଛନ୍ତି । ଏଠାରେ ଥିବା ମହାଦେବଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଯୋଗ କଳା ପ୍ରଦର୍ଶନ କରିଛନ୍ତି । ଆଜି ଯୋଗ ମହୋତ୍ସବର ୩ୟ ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଯୋଗଦେଇଥିଲେ । ଯୋଗରେ ପ୍ରେମ ଶକ୍ତି ରହିଛି । ପ୍ରେମ ହିଁ ଯୋଗ । ଏହା କେବଳ ମନୁଷ୍ୟମାନଙ୍କ ଲାଗି ନୁହେଁ, ପୁରା ମାନବ ସମାଜ ଲାଗି ଓ ସମସ୍ତ ପ୍ରାଣୀଙ୍କ ଲାଗି । ଯୋଗ ମାଧ୍ୟମରେ ସମସ୍ତଙ୍କ ହୃଦୟରେ ମାନବିକାତ ଜାଗ୍ରତ ହୁଏ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ ।