ଓଡିଶା

odisha

ଦୁଲଦୁଲି ମହୋତ୍ସବର ତୃତୀୟ ସନ୍ଧ୍ୟା

ETV Bharat / videos

ଦୁଲଦୁଲି ମହୋତ୍ସବର ତୃତୀୟ ସନ୍ଧ୍ୟା: ସହସ୍ରବାଘିନୀ ଚିକୁରାସୁର ବଦ୍ଧ ପରିବେଷଣ

By ETV Bharat Odisha Team

Published : Jan 4, 2024, 11:53 AM IST

 Zilla Mahotsav Dulduli:ଝାରସୁଗୁଡା: ଝାରସୁଗୁଡ଼ା ମହୋତ୍ସବ ଦୁଲଦୁଲିର ତୃତୀୟ ସନ୍ଧ୍ୟା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାରପଦ ଅନୁଷ୍ଠାନ ପଶ୍ଚିମବଙ୍ଗ ଦ୍ୱାରା ସହସ୍ରବାଘିନି ଚିକୁରାସୁର ପରିବେଷଣ । ଯାହାକୁ ଦର୍ଶକ ବେଶ ଉପଭୋଗ କରିଛନ୍ତି । ସହସ୍ରବାଘିନି ଚିକୁରାସୁର ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ସେହିପରି ସମ୍ବଲପୁରୀ ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ । ତେବେ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାର ବିଧାୟିକା  ଦିପାଳୀ ଦାସ ଯୋଗ ଦେଇ ଜିଲ୍ଲା ପ୍ରତିଷ୍ଠା ତଥା ଜିଲ୍ଲା ମହୋତ୍ସବକୁ ଆଗେଇ ନେବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ଏହାପରେ ମେଳାରେ ଥିବା ସମସ୍ତ ଷ୍ଟଲ ବୁଲି ଦେଖିଥିଲେ। ଏଥିସହ ଷ୍ଟଲମାନଙ୍କ ବିଷୟରେ ବୁଝି ପଚରାଉଚରା ପରେ ଏକ କାଶ୍ମିରୀ ଷ୍ଟଲରୁ ଦୁଇ ଗୋଟି ସଲ  କିଣିଥିଲେ ।  

ଏହା ମଧ୍ୟ ପଢନ୍ତୁ- ଦୁଲ୍‌ଦୁଲିରେ ଦୁଲୁକିଲା ଝାରସୁଗୁଡ଼ା

ପରେ ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡ଼ା ନୃତ୍ୟମ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ନଟରାଜ କଳା ପରିଷଦ ସୁନ୍ଦରଗଡ଼ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, କୁଚିଣ୍ଡା କଶ୍ୟପି ଡାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ଲୋଇସିଙ୍ଗା ସୁର ସଙ୍ଗମ ପକ୍ଷରୁ ଢାପ୍, ସୁରଭି କଳା ପରିଷଦ ଦଲକିଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ଚାରପଦ ଅନୁଷ୍ଠାନ ପଶ୍ଚିମବଙ୍ଗ ଦ୍ୱାରା ସହସ୍ରବାଘିନି ଚିକୁରାସୁର ପରିବେଷଣ କରିଥିବା ବେଳେ ଶେଷରେ ବରଗଡ଼ ଦିବ୍ୟରୂପା କଳା ପରିଷଦ ପକ୍ଷରୁ ଜାଇଫୁଲ ଫ୍ୟୁଜନ ଦୁଲଦୁଲି ମହୋତ୍ସବକୁ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।  

ଇଟିଭି ଭାରତ, ଝାରସୁଗୁଡା 

ABOUT THE AUTHOR

...view details