ଓଡିଶା

odisha

ସଙ୍ଗୀତ ପ୍ରେମରେ ୧୧ବର୍ଷିୟ ପ୍ରତୀକ୍ଷା

ETV Bharat / videos

ସଙ୍ଗୀତ ଦେଇଛି ପରିଚୟ, ସଙ୍ଗୀତ ପ୍ରେମରେ ୧୧ବର୍ଷିୟ ପ୍ରତୀକ୍ଷା

By ETV Bharat Odisha Team

Published : Dec 26, 2023, 7:58 PM IST

Young girl wins heart by her singing talent: ବାଲେଶ୍ଵର: କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ । ସେହିପରି କୁନି ବୟସରେ ହିଁ ତାଙ୍କ ପ୍ରତିଭା ପ୍ରକାଶିତ ହୋଇଯାଇଛି । ଯାହା ତାଙ୍କୁ ଓଡ଼ିଶାରେ ଏକ ସ୍ଵତନ୍ତ୍ର ପରିଚୟ ଦେଇ ପାରିଛି । ସୁନ୍ଦର କଣ୍ଠସ୍ୱର ସାଙ୍ଗକୁ ତାଙ୍କର ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥାଏ । ସେ କୁନି ଝିଅ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଆଟପୁର ଗ୍ରାମର ପ୍ରତୀକ୍ଷା ପଟ୍ଟନାୟକ । ସଙ୍ଗୀତର ସାତ ସୁରେ ବନ୍ଧା ହୋଇ ଯାଇଛି ପ୍ରତୀକ୍ଷାଙ୍କ ଜୀବନ । ପିଲାଟି ଦିନରୁ ସଙ୍ଗୀତ ପ୍ରତି ଦୁର୍ବଳତା ଏବଂ ନିଜର ଅଧ୍ୟବସାୟ ପାଇଁ ଆଜି ତାଙ୍କୁ ଛୁଟୁଛି ପ୍ରଶଂସାର ସୁଅ । ତାଙ୍କ ସଙ୍ଗୀତର ମୁର୍ଚ୍ଛନାରେ ସେ ସମସ୍ତଙ୍କ ମନ କିଣି ନେଉଛନ୍ତି । ମାତ୍ର ୧୧ବର୍ଷ ବୟସରୁ ସୁନ୍ଦର ଭଜନ ଓ ଆଲବମ ଗୀତ ଗାଇ ସୋର ତଥା ଜିଲ୍ଲାରେ ବେଶ ଚର୍ଚ୍ଚାରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ଚମକୁଛି ପ୍ରତିଭା, ମିଳୁଛି ପ୍ରଶଂସା

ପ୍ରତିକ୍ଷା ୩ ବର୍ଷ ହୋଇଥିଲା ବେଳେ ପାଠ ପଢିବା ସହିତ ଘରେ ନିଜେ ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲେ । ପ୍ରତୀକ୍ଷାଙ୍କ ଏମିତି ଗୀତ ପ୍ରତି ଭଲପାଇବାକୁ ଦେଖି ବାପା ମାଆ ପ୍ରତୀକ୍ଷାଙ୍କୁ କଳା କେନ୍ଦ୍ରରେ ନାମ ଲେଖାଇ ଦେଇଥିଲେ । ସେବେଠାରୁ ଗୁରୁମା ପୁଷ୍ପାରାଣୀ ବିଶ୍ବାଳଙ୍କ ପାଖରେ ପ୍ରତୀକ୍ଷା ଗୀତ ଶିଖିବା ଆରମ୍ଭ କରିଥିଲେ । ସଙ୍ଗୀତ ପ୍ରତି ଏମିତି ସମର୍ପଣ ଭାବ ଦେଖି ପ୍ରତୀକ୍ଷାଙ୍କୁ ତାଙ୍କ ମା’ ଏକ ହାରମୋନିଅମ ଆଣି ଦେଇଥିଲେ । ମା’ ଦେଇଥିବା ହାରମୋନିୟମ ବଜାଇ ନିଜେ ଗୀତ ଗାଇଥାନ୍ତି ପ୍ରତୀକ୍ଷା । ସେ ନିଜ ଅଞ୍ଚଳର ତଥା ବାହାର ଜାଗାକୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୁମଧୁର ଭଜନ ଗୀତ ପରିବେଷଣ କରୁଛନ୍ତି । ଏମିତିକି ଓଡ଼ିଆ ଟେଲିଭିଜନରେ ଆସୁଥିବା ଏକ ରିଆଲିଟି ସୋରେ ପ୍ରତୀକ୍ଷା ଭାଗନେଇ ଜଜ ମାନଙ୍କ ମନ କିଣି ପାରିଥିଲେ । ପ୍ରଥମେ ବାଲେଶ୍ଵରକୁ ଯାଇ ରିଆଲିଟି ସୋରେ ଭାଗ ନେଇଥିଲେ । ସେଠାରେ ସିଲେକ୍ଟ ହୋଇ କଟକ ଯାଇ ସୋରେ ଗୀତ ଗାଇଥିଲେ । ଏକ ଘରୋଇ ଚ୍ୟାନେଲରେ ସେ ଭଜନ ଗାଇ ସମସ୍ତଙ୍କ ମନ କିଣି ନେଇଥିଲେ । ପ୍ରତୀକ୍ଷା ଭଜନ ତାହା ସାଙ୍ଗକୁ ଆଧୁନିକ ଏବଂ ହିନ୍ଦୀ ଗୀତ ଗାଇ ଦର୍ଶନଙ୍କ ମନ କିଣିଛନ୍ତି ।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details