ଓଡିଶା

odisha

By

Published : Oct 30, 2022, 1:39 PM IST

Updated : Feb 3, 2023, 8:30 PM IST

ETV Bharat / videos

T20 World Cup: ଦକ୍ଷିଣ ଆଫ୍ରିକାକୁ ହରାଇ ସେମିଫାଇନାଲରେ ସ୍ଥାନ ପକା କରିବାକୁ ଖେଳିବ ଭାରତ

କଟକ: ଆଉ କିଛି ଘଣ୍ଟା ପରେ ପର୍ଥ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଦକ୍ଷିଣ ଆଫ୍ରିକା ଦଳ । ଟି-ଟ୍ବେଣ୍ଟି ବିଶ୍ବକପ ଗ୍ରୁପ ଏ' ର ଏହି ମୁକାବିଲା ଉପରେ ରହିବ ସମସ୍ତଙ୍କ ନଜର । ଏହି ମ୍ୟାଚ ଉଭୟ ଟିମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଭାରତ ତାର ଦୁଇଟି ମ୍ୟାଚରେ ବିଜୟ ହାସଲ କରିବା ପରେ ଆଜିର ମ୍ୟାଚକୁ ଜିତି ସେମିରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ଜିତି ସେମି ଫାଇନାଲ୍ ନିକଟତର ହେବ । ପଏଣ୍ଟ ଭିତ୍ତିରେ ଭାରତ ଦୁଇଟି ମ୍ୟାଚରେ ବିଜୟ ହାସଲ କରି 4 ପଏଣ୍ଟ ସହ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ସହ 3 ପଏଣ୍ଟ ରେ ଦ୍ବିତୀୟ ସ୍ଥାନରେ ରହିଛି । ତେବେ କଣ ରଣନୀତି ଆପଣେଇବ ଭାରତୀୟ ଦଳ । ପର୍ଥ ଗ୍ରାଉଣ୍ଡ ଖେଳିବା ପାଇଁ କେତେ ସହାୟକ ହେବ ଶୁଣନ୍ତୁ କଣ କହୁଛନ୍ତି କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲ ।
Last Updated : Feb 3, 2023, 8:30 PM IST

ABOUT THE AUTHOR

...view details