ଓଡିଶା

odisha

ଉତ୍ତରକାଶୀ ଉଦ୍ଧାରକାରୀ ଟିମ୍କୁ ସୁଦର୍ଶନଙ୍କ ସାଲ୍ୟୁଟ

By ETV Bharat Odisha Team

Published : Nov 28, 2023, 8:19 PM IST

ETV Bharat / videos

ଉତ୍ତରକାଶୀ ଉଦ୍ଧାରକାରୀ ଟିମ୍କୁ ସୁଦର୍ଶନଙ୍କ ସାଲ୍ୟୁଟ

ପୁରୀ: ଉତ୍ତରକାଶୀ ଟନେଲର ଉଦ୍ଧାରକାରୀ ଟିମ୍‌କୁ ସାଲ୍ୟୁଟ୍‌ କଲେ ସୁଦର୍ଶନ ପଟ୍ଟନାୟକ । ବାଲୁକା ଚିତ୍ରକଳା ମାଧ୍ୟମରେ ଏଭଳି ବାର୍ତ୍ତା ଦେଇଛନ୍ତି ସୁନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁରକ୍ଷିତ ଭାବେ ଶ୍ରମିକଙ୍କ ଉଦ୍ଧାର ନେଇ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଦୀର୍ଘ 17 ଦିନ ହେଲା ଉତ୍ତରକାଶୀ ଟନେଲରେ ଫସି ରହିଥିଲେ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରକାର ପ୍ରୟାସ କରି ଶେଷରେ ସଫଳ ହୋଇଛି ରେସ୍କ୍ୟୁ ଟିମ୍‌ । ଖବର ଲେଖାଯିବା ସୁଦ୍ଧା 5ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସାରିଛି । ଉଦ୍ଧାର ପାଇଁ ଭାରତୀୟ ସେନା ବାହିନୀ ଓ NDRF ସହିତ ଅନ୍ୟ ଉଦ୍ଧାରକାରୀ ଦଳ ଅକ୍ଲାନ୍ତ ପରିଶ୍ରମ କରି ସଫଳତା ହାସଲ କରିଛନ୍ତି । ଶ୍ରମିକମାନଙ୍କ ସହ ଉଦ୍ଧାରକାରୀ ଦଳ ଯେଭଳି ଧୈର୍ଯ୍ୟ, ସାହସ ଦେଖାଇଛନ୍ତି ତାକୁ ସାଲ୍ୟୁଟ କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏଥି ସହିତ ସମସ୍ତ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ନେଇ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଏହି ଅବସର ତାଙ୍କ ବାର୍ତ୍ତା ଦେବା ପାଇଁ ସୁଦର୍ଶନ ପୁରୀ ବେଳାଭୁମିରେ ଏକ ବାଲୁକା ଚିତ୍ରକଳା କରିଛନ୍ତି । ଟନେଲ୍‌ର ଅବିକଳ ପ୍ରତିକୃତି ଏହି ବାଲୁକା ଚିତ୍ରକଳାରେ ସେ ନିର୍ମାଣ କରିଛନ୍ତି । ଏଥି ସହିତ ସାଲ୍ୟୁଟ୍ ଟୁ ଆୱାର ରେସ୍କ୍ୟୁ ଟିମ୍ ଲେଖି ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଉତ୍ତରକାଶୀ ଟନେଲ ଟ୍ରାଜେଡି: ଦେବଭୂମିରେ କାହିଁକି ନିର୍ମାଣ ହେଉଛି ଏତେ ସଂଖ୍ୟକ ଟନେଲ ?

ABOUT THE AUTHOR

...view details