ଓଡିଶା

odisha

ଶିକ୍ଷକ ପଦବୀ ପୂରଣ ଦାବି

By ETV Bharat Odisha Team

Published : Jan 5, 2024, 8:51 PM IST

ETV Bharat / videos

ଶିକ୍ଷକ ଅଭାବରୁ ଅଭିଭାବକ ଏବଂ ଛାତ୍ରଛାତ୍ରୀ ଫାଟକରେ ତାଲା ମାରି ରାସ୍ତାରେ ବସିଲେ

Students Demand For Filling Up The Post Of Teacher: କେନ୍ଦୁଝର:ବିଦ୍ୟାଳୟରେ ଶିକ୍ଷକ ଅଭାବ । ପିଲା ତୁଳାନାରେ ଖାଲି ପଡ଼ିଛି ଶିକ୍ଷକ ପଦବୀ । ତେବେ ଶିକ୍ଷକ ଅଭାବ ଫଳରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ କରିବା ଦାବି ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦରମହକୁମାର ପ୍ରତିଷ୍ଠିତ ବିଦ୍ୟାଳୟ ତଥା ସର୍ବ ପୁରାତନ ବିଦ୍ୟାଳୟ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟରେ । ଛାତ୍ରଛାତ୍ରୀମାନେ ସ୍କୁଲ ଗେଟରେ ତାଲା ମାରି ଧାରଣାରେ ବସିଥିଲେ ।  ଫଳରେ ଶିକ୍ଷାଦାନ ବ୍ୟାହତ ହୋଇଥିଲା  ।  

ଆଜି (ଶୁକ୍ରବାର)  କେନ୍ଦୁଝର  ସଦରମହକୁମା ମହାଦେଈଯୋଡା ପଞ୍ଚାୟତର ଲକ୍ଷ୍ମୀନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫାଟକରେ ତାଲା ମାରି ରାସ୍ତା ଉପରେ ସମସ୍ତ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ । ଅଭିଭାବକ ମହଲରେ ଥିବା ତୀବ୍ର ଅସନ୍ତୋଷ ଆନ୍ଦୋଳନର ରୂପ ନେଇଥିବା ବେଳେ ଶିକ୍ଷା ବିଭାଗ ସବୁ ଜାଣି ନଜାଣିବା ଭଳି ଅଭିନୟ କରି ବାରମ୍ବାର ବିଦ୍ୟାଳୟ କମିଟିକୁ ଅଣଦେଖା କରୁଥିବା ଅଭିଯୋଗ ହେଉଛି । ସେପଟେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିବା ଖବର ପାଇ ମହାଦେଈଯୋଡା ସରପଞ୍ଚ ରମେଶ ମୁଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ଡା ଏବଂ ଶିକ୍ଷାବିଭାଗର ଅଧିକାରୀ ପହଞ୍ଚି ବୁଝାସୁଝା କରିଥିଲେ । ବୁଝାସୁଝା ପରେ ଧାରଣାରୁ ହଟିଥିଲେ ଛାତ୍ରଛାତ୍ରୀ ।  

ଏହା ମଧ୍ୟ ପଢ଼ନ୍ତୁ....ସ୍କୁଲରେ ନାହାଁନ୍ତି ଶିକ୍ଷକ, ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details