ଓଡିଶା

odisha

Student assaulted for not paying money

ETV Bharat / videos

ଫ୍ରେସର୍ସ୍‌ ପାର୍ଟି ପାଇଁ ଟଙ୍କା ନଦେବାରୁ ଛାତ୍ରଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ

By ETV Bharat Odisha Team

Published : Nov 2, 2023, 7:36 AM IST

ପୁରୀ: କଲେଜରେ ଫ୍ରେସର୍ସ ପାର୍ଟି ପାଇଁ ଟଙ୍କା ନଦେବାରୁ ଛାତ୍ରଙ୍କୁ ଆକ୍ରମଣ। ଛାତ୍ରଙ୍କୁ କାଛ ଫାଳିଆରେ ଆକ୍ରମଣ କଲେ ଅନ୍ୟ ଜଣେ ଛାତ୍ର। ଏଭଳି ଆଅଭିଯୋଗ ଆସିଛି  ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟରୁ । ଦୁଇଶହ ଟଙ୍କା ନଦେବାରୁ ବାଉଁଶ ଫାଳିଆରେ ଛାତ୍ରଙ୍କୁ ହୋଇଥିଲା ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଜଣକ ହେଉଛନ୍ତି ଯୁକ୍ତ ତିନି ଶେଷ ବର୍ଷରେ ପଢ଼ୁଥିବା ସୁରଞ୍ଜନ ପାହାଡ଼ ସିଂ। ସୁରଞ୍ଜନଙ୍କ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଡାହାଣପଟ ଆଖି ଓ ହାତରେ ମଧ୍ୟ ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏନେଇ ସୁରଞ୍ଜନ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୁରଞ୍ଜନଙ୍କ ଅଭିଯୋଗ ହେଉଛି, ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ଓ୍ବେଲ୍ କମ୍ ପାର୍ଟି ଦେବା ପାଇଁ କଲେଜରେ ଛାତ୍ରମାନେ ଦୁଇ ଶହ ଟଙ୍କା ଆଦାୟ କରୁଥିଲେ। କିନ୍ତୁ ସେ ଟଙ୍କା ଦେବେନି ବୋଲି ମନା କରିଦେଇଥିଲେ । ଏହାକୁ ନେଇ ସୁରଞ୍ଜନ ଓ ଅନ୍ୟ ଛାତ୍ରମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବୁଧବାର କଲେଜରେ ପରୀକ୍ଷା ସରିବା ପରେ କିଛି ଛାତ୍ର କଲେଜ ଭିତରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ସୁରଞ୍ଜନ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।  ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସୁରଞ୍ଜନ ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଦଶମ ଶ୍ରେଣୀର ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତିନି ଗିରଫ

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details