ଓଡିଶା

odisha

ପଞ୍ଚ ଦିବସୀୟ ବ୍ୟକ୍ତିତ୍ଵ ବିକାଶ ଓ ଆଧ୍ୟାତ୍ମିକ ସମ୍ମିଳନୀ: ଯୋଗ ଦେଲେ ଗଜପତି ମହାରାଜା

By ETV Bharat Odisha Team

Published : Dec 27, 2023, 9:29 AM IST

personality development program

Personality Development Program: 

ନିଆଳି: କଟକ ଜିଲ୍ଲା ନିଆଳି ବ୍ଳକ ପହଙ୍ଗା ପଞ୍ଚାୟତସ୍ଥିତ ପହଙ୍ଗା ଦିବ୍ୟ ଜୀବନ ସଂଘ ଶାଖା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସ୍ତରୀୟ ପଞ୍ଚ ଦିବସୀୟ ବ୍ୟକ୍ତିତ୍ଵ ବିକାଶ ଏବଂ ଆଧ୍ୟାତ୍ମିକ ସମ୍ମିଳନୀ  । ଏହି ସମ୍ମିଳନୀରେ  ଗଜପତି ମହାରାଜ ଦିବ୍ୟସିଂହ ଦେବ ଯୋଗ ଦେଇ ଉଦଘାଟନ କରିଛନ୍ତି । ଏଥିସହ ବହୁ ସାଧୁ, ସନ୍ଥ, ସନ୍ନ୍ୟାସୀ, ଆଚାର୍ଯ୍ୟମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ ଏହି ଅବସରରେ ଦିବ୍ୟସିଂହ ଦେବ ଉପସ୍ଥିତି ଛାତ୍ରଛାତ୍ରୀ, ବୃଦ୍ଧିଜୀବୀ ଓ ଯୁବକଯୁବତୀମାନଙ୍କୁ କହିଥିଲେ, "ସାଂପ୍ରତିକ ଆଧୁନିକ ଓ ଭୌତିକ ସଂସ୍କୃତିର ପ୍ରଭାବରେ ଭାସିଯାଇ ଆମ୍ଭେ ମହାନ ଆଧ୍ୟାତ୍ମିକ ପଥରୁ ଦୂରେଇ ଯାଉଛୁ । ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନରେ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଓ ଅଶାନ୍ତି ଦେଖାଦେଉଛି। ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା ଏବଂ ଆଚରଣର ଅଭାବ ରହିଛି ।" ତେବେ ଏହି ମହତ୍ ବାଣୀକୁ ଛାତ୍ର ସମାଜ ପାଥେୟ କଲେ ସମାଜ ଆଗକୁ ବଢ଼ିବ ବୋଲି ପରାମର୍ଶ ଦେଇଥିଲେ । ପହଙ୍ଗା ଦିବ୍ୟ ଜୀବନ ସଂଘ ଶାଖା ଦ୍ଵାରା ଆୟୋଜିତ ଏହି ରାଜ୍ୟ ସ୍ତରୀୟ ପଞ୍ଚ ଦିବସୀୟ ବ୍ୟକ୍ତିତ୍ଵ ବିକାଶ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ବାମୀ ଶିବ ଚିଦାନନ୍ଦ ସରସ୍ୱତୀ, ଧର୍ମ ପ୍ରକାଶ ନନ୍ଦ ସରସ୍ବତୀ, ସଦାନନ୍ଦ ସରସ୍ବତୀ ସମେତ ବହୁ ସାଧୁ ସନ୍ଥ ଓ ଆଚାର୍ଯ୍ୟମାନେ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।  

ଏହା ମଧ୍ୟ ପଢନ୍ତୁ- ସୁବର୍ଣ୍ଣପୁରରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details