ଓଡିଶା

odisha

ଜଗତସିଂହପୁରରେ ଅସହାୟ ଅବସ୍ଥାରେ ବୃଦ୍ଧ ଉଦ୍ଧାର

By

Published : Apr 18, 2023, 5:11 PM IST

ETV Bharat / videos

ଏମିତି ପୁଅଙ୍କୁ ଧିକ୍: ପରିଣତ ବୟସରେ ବାପାର ହାତ ଛାଡ଼ିଦେଲା, ଅସହାୟ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ଜଗତସିଂହପୁର: ପୁଅ, ବୋହୂ ପାଇଁ ଅଲୋଡ଼ା ହେଲେ ବାପା । ବୟସର ଅପରାହ୍ନରେ ରାସ୍ତାକଡ଼ରେ ଛାଡ଼ି ଚାଲିଗଲା ପୁଅ । ନିଃସ୍ବାର୍ଥପର ସ୍ନେହ, ମମତାକୁ କ୍ଷଣିକରେ ଭୁଲିଗଲା । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ତରଡାପଡା ନିକଟରେ ଥିବା ଏକ ଦେବୀଘର ନିକଟରୁ ଜଣେ ଅସହାୟ ବୃଦ୍ଧ ବ୍ୟକ୍ତିଙ୍କୁ କେତେକ ବ୍ୟକ୍ତି ଉଦ୍ଧାର କରିଛନ୍ତି । ଉକ୍ତ ବୟସ୍କ ବ୍ୟକ୍ତିଙ୍କୁ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ନେବାରେ ଜଣାପଡ଼ିଛି ଯେ, ତରଡାପଡା ନିକଟ ଦେବୀ ଘରେ ଜଣେ ବୃଦ୍ଧ ଭିକ୍ଷାବୃତ୍ତି କରି ଚଳି ଆସୁଥିଲେ । କିଛିଦିନ ଏହିପରି ଜୀବିକା ନିର୍ବାହ କରିବା ପରେ ବୟସାଧିକ ହେତୁ ସେ ଆଉ ଭିକ୍ଷାବୃତ୍ତି କରିପାରି ନଥିଲେ । ଫଳରେ ଗୋଟିଏ ଜାଗାରେ ପଡି ରହିଥିଲେ । ଆଖିଆ ଅପିଆ ପାଖାପାଖି ପାଞ୍ଚଦିନ ପଡି ରହିବା ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନେ ଖବର ପାଇ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବୃଦ୍ଧଙ୍କ ନାମ ଜଳିଆ ସ୍ବାଇଁ । ଘର ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି। ପୁଅକୁ ବିବାହ କରିଦେବା ପରେ ସେମାନେ ବୃଦ୍ଧଙ୍କୁ ଘରୁ ବାହାର କରି ଦେଇଥିଲେ। ଫଳରେ ସେ ଜଗତସିଂହପୁର ପଳାଇ ଆସି ଲହଙ୍ଗା ଗ୍ରାମରେ ଏକ କୁଡ଼ିଆ କରି ରହୁଥିଲେ । ସହରରେ ବିଭିନ୍ନ ସ୍ଥାନରେ ବୁଲି ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରିଥିଲେ। ହେଲେ ବୟସ ଆଉ ସାଥ ଦେଇନଥିଲା । ଏହି ଘଟଣା ଜଣାପଡିବା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

ଇଟିଭି ଭାରତ, ଜଗତସିଂହପୁର 

ABOUT THE AUTHOR

...view details