No Confidence Motion: ଅଗର ଉନକା ବସ୍ ଚଲେ ତୋ... - ସ୍ମୃତି ଇରାନୀଙ୍କ ଆକ୍ରମଣ
ନୂଆଦିଲ୍ଲୀ: ମଣିପୁର ଭାରତ ମାତାର ଅବିଚ୍ଛେଦ୍ୟ ଅଙ୍ଗ । ମଣିପୁର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି, ରହିବ । ଆଜି ପ୍ରଥମ ଥର କୌଣସି ସାଂସଦ ସଂସଦରେ ଭାରତ ମାତାର ମୃତ୍ୟୁ କଥା କହିଲେ । ଲୋକସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ବିତର୍କର ଆଜି ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । ରାହୁଲଙ୍କ ଆକ୍ରମଣ ପରେ ପରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସରକାରଙ୍କ ପକ୍ଷରୁ ପ୍ରତିଆକ୍ରମଣ କରିଥିଲେ । ଯଦି କଂଗ୍ରେସର ରାଜନୀତି ଚାଲିବ ଏମାନେ ପୁଣି ଥରେ କାଶ୍ମୀରରେ ବର୍ବରତା ସୃଷ୍ଟି କରିବେ । ଧାରା 370 ଲାଗୁ କରିବେ । କଂଗ୍ରେସ କେବେ ଲୋକତନ୍ତ୍ରରେ ବିଶ୍ବାସ କରେ ନାହିଁ । ନଚେତ ଦେଶ ପାଇଁ ସମର୍ପିତ ସରକାର ବିରୋଧରେ ଏମାନେ ଅବିଶ୍ବାସ ପ୍ରସ୍ତାବ ଆଣିନଥାନ୍ତେ । ଦେଖନ୍ତୁ ସ୍ମୃତି ଇରାନୀ କଣ କହୁଛନ୍ତି ।
ଏହାବି ପଢନ୍ତୁ- No Confidence Motion: ସ୍ମୃତି ଇରାନୀ କହିଲେ ବଂଶବାଦ ନୁହେଁ ଯୋଗ୍ୟତାକୁ ବିଶ୍ବାସ କରେ ଦେଶ