ଓଡିଶା

odisha

ସିଏମସି ଆଗରେ ବସ୍ତି ବାସୀନ୍ଦାଙ୍କ ଗର୍ଜନ

ETV Bharat / videos

ସିଏମସି ଆଗରେ ବସ୍ତି ବାସୀନ୍ଦାଙ୍କ ଗର୍ଜନ

By ETV Bharat Odisha Team

Published : Dec 29, 2023, 10:37 PM IST

Slum dwellers protest: କଟକ:ଜଗନ୍ନାଥ ରୋଡ ବସ୍ତି ବାସିନ୍ଦାଙ୍କୁ କର୍ମସ୍ଥଳରେ ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ପକ୍ଷରୁ ସିଏମସି ଆଗରେ ଜୋରଦାର ଆନ୍ଦୋଳନ । ଏହାସହ ମଞ୍ଚ ପକ୍ଷରୁ ସିଏମସି କମିଶନରଙ୍କୁ ୪ ଦଫା ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ଦାବିଗୁଡିକ ହେଲା ବାସିନ୍ଦାଙ୍କୁ ଭାଗ ଭାଗ କରି ବିଭିନ୍ନ ସ୍ଥାନକୁ ହଟାଇବା ପାଇଁ ଚାଲିଥିବା ଚକ୍ରାନ୍ତ ବନ୍ଦ କରିବା, ମହାନଗର ନିଗମ ଆଇନ ଅନୁଯାୟୀ ହୋଇଥିବା ବସ୍ତି ସୋସାଇଟି (ଏସ୍ ଡି ଏ କମିଟି) ଭାଙ୍ଗିବା ଯୋଜନା ବନ୍ଦ କରିବା, ପୁରୁଣା ବସ୍ତି ଭାବେ ଜାଗା ମିଶନରେ ସାମିଲ ଥିବା ଜଗନ୍ନାଥ ରୋଡ ବସ୍ତି ବାସିନ୍ଦାଙ୍କୁ ମହାନଗର ନିଗମ ଆଇନ ଅନୁଯାୟୀ ନିକଟ କର୍ମସ୍ଥଳରେ ଥଇଥାନ କରି ପଟ୍ଟା ଦେବା, ବସ୍ତି ବାସିନ୍ଦାଙ୍କ ପ୍ରତେକ ପରିବରକୁ ଅନ୍ତତଃ ୪୫୦ ସ୍କୋୟାର ଫୁଟ ଜାଗା ଦେବା ପାଇଁ ଦାବି କରିଛନ୍ତି । ସରକାର ମିଥ୍ୟା ପ୍ରଚାର ବନ୍ଦ କରି ଆଗାମୀ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଓ ଘର ଦେବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି । 

ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚ ଆବାହକ ଖଗେଶ୍ୱର ସେଠୀ କହିଛନ୍ତି, "ସରକାର ସବୁ ସମୟରେ କେବଳ ନିର୍ବାଚନକୁ ଆଖି ଆଗରେ ରଖି ମିଥ୍ୟା ପ୍ରଚାର କରୁଛନ୍ତି । ବସ୍ତି ବାସିନ୍ଦାଙ୍କ ଆଇନଗତ ଅଧିକାର ରହିଥିବା ସତ୍ୱେ ତାହା ନଦେଇ ତାଙ୍କୁ ଉଛେଦ କରାଯାଇ ତାଙ୍କର ମୌଳିକ ଅଧିକାରକୁ ଛଡାଇ ନିଆଯାଉଛି । ସେହି ଭଳି ବସ୍ତି ବାସିନ୍ଦାମାନଙ୍କୁ ଆଜି ପର୍ଯ୍ୟନ୍ତ ମୁନିସିପାଲ କର୍ପୋରେସନ ଆଇନ ଅନୁସାରେ ତାଙ୍କର କୌଣସି ମୌଳିକ ଅଧିକାର ପୂରଣ କରିପାରିଲେ ନାହିଁ । କିନ୍ତୁ ଭୋଟ ପାଇଁ ସର୍ବସ୍ୱ ପ୍ରଚାର କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ।"

ଏହା ମଧ୍ୟ ପଢନ୍ତୁ ....ଡମ୍ପିଂୟାର୍ଡ ଘଟଣାରେ ରାଜ୍ୟ ସରକାରକୁ ସମାଲୋଚନା, ୩୧ ଦିନରେ ବିଜେପିର ସତ୍ୟାଗ୍ରହ

  
ଇଟିଭି ଭାରତ, କଟକ 

ABOUT THE AUTHOR

...view details